ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ ନବୀନଙ୍କ ବିଭିନ୍ନ ଚର୍ଚ୍ଚିତ ଭିଡିଓକୁ ନେଇ ଉଠୁଛି ପଡୁଛି ସୋସିଆଲ ମିଡିଆ।

ଚାଲିଛି ନିର୍ବାଚନ। ଜମୁଛି ପ୍ରଚାର। ଆଉ ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିର୍ବାଚନ ସମୟରେ ଡିଜିଟାଲ ମିଡିଆରେ ନବୀନ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଗତ ୧୫ ଦିନ ଭିତରେ ନବୀନଙ୍କର ତିନୋଟି ଭିନ୍ନ ଭିନ୍ନ ଭିଡିଓ ନିର୍ବାଚନୀ ମାହୋଲକୁ ସରଗରମ କରିଛି।

ଗତ ୬ ତାରିଖର ଘଟଣା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଘୂରି ବୁଲିଥିଲା ନବୀନଙ୍କ ଫିଟନେସ ଭିଡିଓ। ନବୀନ ନିବାସରେ ନବୀନ ମର୍ଣ୍ଣଂ ଓ୍ୱାକ, ଜଗିଂ, ଯୋଗ, ସାଇକ୍ଲିଂ ଆଦି ଦେଖିବାକେୁ ମିଳିଥିଲା। ଏହାସହ ଜିମରେ ଓ୍ୱାର୍କ ଆଉଟ କରୁଥିବାର ଚିତ୍ର ବି ଭିଡିଓରେ ରହିଥିଲା।

୧୯ ବର୍ଷ ପରେ ନବୀନଙ୍କର ଏହି ଫିଟନେସ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ନବୀନ ମାନସିକ ଏବଂ ଶାରିରୀକ ଭାବେ ସୁସ୍ଥ ନାହାନ୍ତି ବୋଲି ବିରୋଧୀମାନେ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ପ୍ରଶ୍ନ ଉଠାଇଥିଲେ। ନବୀନଙ୍କ ଫିଟନେସ୍ ଭିଡିଓ ଥିଲା ଏହାର ସିଧାସଳଖ ଉତ୍ତର। ଏଭଳି ଭିଡିଓ ନିର୍ବାଚନ ସମୟରେ କିଏ ଓ କାହିଁକି ପ୍ରସ୍ତୁତ କରିଥିଲା ବୋଲି କେତେକ ମହଲରେ ଅବଶ୍ୟ ପ୍ରଶ୍ନ ଉଠିଥିଲା। ତେବେ ସବୁଠୁ ବଡ଼ କଥା ହେଉଛି ସବୁ ପ୍ରଶ୍ନ ସତ୍ତ୍ୱେ ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା।

ଫିଟନେସ୍ ଭିଡିଓକୁ ନେଇ ଏକ ଟିଭି ଚ୍ୟାନେଲକୁ ନବୀନ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ନବୀନ ନିଜକୁ ଫିଟ ବୋଲି ପ୍ରମାଣିତ କରିବା ସହ ସେ ସବୁଦିନ ଓ୍ୱାର୍କ ଆଉଟ କରୁଥିବା କହିଥିଲେ। ଏହି ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ନବୀନଙ୍କ ଫିଟନେସ୍ ଭିଡିଓକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ଆଉ ଦୁଇଟି ଭିଡିଓକୁ ନେଇ ଚର୍ଚ୍ଚା ବଢ଼ିଛି। ନବୀନଙ୍କ ହେଲିକପ୍ଟର ଯାଞ୍ଚ ଏବଂ ଯୁବକମାନଙ୍କ ସହ କ୍ଲିନ ଏନର୍ଜି ସେସ୍ ବାବଦରେ ଆଲୋଚନା ଭିଡିଓ ନିର୍ବାଚନୀ ମାହୋଲକୁ ଆହୁରି ଗରମ କରିଦେଇଛି।

ବୁର୍ଲାଠାରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ କରିବାକୁ ଆସିଥିଲେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍। ହେଲେ ଧର୍ମେନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଅଧିକାରୀଙ୍କ ଉପରେ ରାଗିଥିଲେ। ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ ହେଉଛି କି ବୋଲି ପ୍ରଶ୍ନ କରିଥିଲେ।

କଟକ ଲୋକସଭା ଆସନ – ମୋଦି ହାୱା ଜୋର!

ଚିଲିକାକୁ ବିକ୍ରି କରିବା ପାଇଁ ବିଜେପି କରିଥିଲା ଷଡ଼ଯନ୍ତ୍ର – ନବୀନ

ରୋଚକ ସ୍ଥିତିରେ ବାସୁଦେବପୁର ବିଧାନସଭା ଆସନ – କାହାକୁ ବାଛିବେ ଭୋଟର?

ଏହାର ଦିନକ ପରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ଏହି ଯାଞ୍ଚ ଭିଡିଓ ବି ସୋସିଆଲ ମିଡିଆରେ ବୁଲିଥିଲା। ଏହି ଭିଡିଓରେ ଗୋଟିଏ ମ୍ୟାସେଜ ଆସୁଥିଲା କି ଧର୍ମେନ୍ଦ୍ର ସହଯୋଗ କଲେନି, କିନ୍ତୁ ନବୀନ ସହଯୋଗ କଲେ।

ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆଉ ଗୋଟିଏ ଭିଡିଓ ଭାଇରାଲ ହୋଇଛି। ଚାରି ଜଣ ଯୁବକ ନବୀନଙ୍କ ସହ ନବୀନ ନିବାସରେ କଥା ହେଉଛନ୍ତି। ଏହି କଥାବାର୍ତ୍ତାର ପ୍ରସଙ୍ଗ ହେଉଛି କେନ୍ଦ୍ର ଅବହେଳା। କ୍ଲିନ ଏନର୍ଜି ସେସ୍ ବାବଦରେ ୫୦ ହଜାର କୋଟି ଟଙ୍କା ନେଲା କେନ୍ଦ୍ରର ବିଜେପି ସରକାର। ହେଲେ ଏହା ବଦଳରେ ଓଡ଼ିଶାକୁ କିଛି ସୁଫଳ ମିଳିଲାନି।

ଏହି ଟଙ୍କାରେ ଓଡ଼ିଶାର ଅନେକ ବିକାଶ ହୋଇ ପାରିଥାନ୍ତା। ସବୁ ପିଲାଙ୍କୁ ମାଗଣା ଶିକ୍ଷା, ଆହାର, ୧୦ଟି ନୂଆ ବନ୍ଦର ଆଦି ନିର୍ମାଣ କରାଯାଇ ପାରିଥାନ୍ତା।

ନବୀନଙ୍କର ଏହି ତିନୋଟି ଭିଡିଓ ନିର୍ବାଚନୀ ମାହୋଲକୁ ପୂରା ଜମେଇ ଦେଇଛି। ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦେଇ ବିଜେଡି ପ୍ରଚାର କରୁଥିବା ବେଳେ ଡିଜିଟାଲ ମିଡିଆକୁ ବି ବାଦ୍ ଦେଇନି। ଚଳିତ ନିର୍ବାଚନରେ ନବୀନ ଡିଜିଟାଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।

Comment