ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ପେଟ ଉପରେ ଏହାର ଚାପ ପଡ଼ିଥାଏ। ଏହାକୁ ପ୍ରତିଦିନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରହିଥାଏ। ଏସିଡିଟି ଏବଂ ପେଟ ପୋଡ଼ିବା ଭଳି ସମସ୍ୟା ହୋଇ ଥାଏ।

ସୂର୍ଯ୍ୟ ନମସ୍କାର କରିବା ଫଳରେ ପେଟର ମାଂସପେଶୀ ମଜବୁତ ହୋଇଥାଏ। ପେଟରୁ ଏକ୍ସଟ୍ରା ଫ୍ୟାଟ୍ କମିଥାଏ।

ଏହା ପ୍ରତିଦିନ କରିବା ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ଶରୀରକୁ ମିଳିଥାଏ। ଶରୀରରେ ଉପସ୍ଥିତ ଥିବା କାର୍ବନ ଡାଇଅକ୍ସାଇଡ୍ ବାହାରିଥାଏ।

ଏହା କରିବା ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟେଙ୍ଗ ମଜବୁତ ରହିଥାଏ।

ରକ୍ତ ସଞ୍ଚାଳନ ଠିକ୍ ରହିଥାଏ। ମହିଳାମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଥାଏ।

ସୂର୍ଯ୍ୟ ନମସ୍କାର ପ୍ରତିଦିନ କଲେ ଶରୀର ସୁସ୍ଥ, ଓଜନ ସନ୍ତୁଳିତ ରହିଥାଏ।

ମାଂସପେଶୀ, ହାଡ଼ ଶକ୍ତ ହୋଇଥାଏ।

ଯଦି ପ୍ରଥମଥର ପାଇଁ ସୂର୍ଯ୍ୟ ନମସ୍କାର କରୁଛନ୍ତି ତେବେ ଅଳ୍ପ ସମୟ ପାଇଁ କରନ୍ତୁ। ପରେ ଧୀରେ ଧୀରେ ଏହାର ସମୟ ବଢ଼ାନ୍ତୁ।

ଏହା ତ୍ୱଚାର ସମସ୍ତ ସମସ୍ୟା ଦୂର କରିଥାଏ।

ସୂର୍ଯ୍ୟ ନମସ୍କାର ସବୁବେଳେ ପୂର୍ବ ଦିଗକୁ ମୁହଁ କରିବା ଉଚିତ।

ଯଦି କୌଣସି ରୋଗରେ ପୀଡ଼ିତ ଥିବେ। ତେବେ ଏହା କରନ୍ତୁ ନାହିଁ।

Comment