ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଭୁବନେଶ୍ୱର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଦେଖା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତକାଲି ରାତିରେ ଝାରପଡ଼ା ଅଞ୍ଚଳେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଅନନ୍ତଙ୍କୁ ଦେଖା କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି। ବୋମାମାଡ଼ରେ ଅନନ୍ତଙ୍କ ସହ ତାଙ୍କର କିଛି ସହଯୋଗୀ ଆହତ ହୋଇଛନ୍ତି।
କିଏ କାହିଁକି ବୋମାମାଡ଼ କଲା ତାହା ଅସ୍ପଷ୍ଟ ଥିବା ବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ମଧ୍ୟ ଲାଗି ଏପ୍ରିଲ ୨୩ ଅର୍ଥାତ ଆସନ୍ତାକାଲି ଭୋଟିଂ ହେବ।


















