ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପୁଣି ବଢ଼ୁଛି ତାପମାତ୍ରା। ଗତ ଦୁଇଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବାରୁ ତାତି କମିବା ପରେ ବୁଧବାର ପୁଣି ବଢ଼ିଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଉପକୂଳରେ ଖରା ସାମାନ୍ୟ କମିଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ସମ୍ବଲପୁର, ଭବାନୀପଟଣା, ମାଲକାନଗିରି, ଟିଟିଲାଗଡ଼ ଓ ସୋନପୁରରେ ତାପମତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୫ଟି ସହରରେ ତାପମାତ୍ରା ସର୍ବାଧିକ ରହିଛି।

୨୮ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

Comment