ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆସନ୍ତା ୧୩ ତାରିଖଠାରୁ ପୁଣି ତାପମାତ୍ରା ବଢ଼ିବ। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତିନିଦିନ ହେଲା ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ କମିଛି। ଏପ୍ରିଲ ୧୩ ତାରିଖ ପରଠାରୁ ପୁଣି ଗରମ ଅସହ୍ୟ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ହେବା ସହ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ମଙ୍ଗଳବାର ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲିର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ପାରାଦୀପର ୩୬.୭ ଡିଗ୍ରୀ, ଭୁବନେଶ୍ଵରର ୩୬.୫ ଡିଗ୍ରୀ, ବାଲେଶ୍ଵରର ୩୬.୧ ଡିଗ୍ରୀ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସ୍ଥାନର ତାପମାତ୍ରା ୩୪ ଡିଗ୍ରୀ ତଳେ ରହିଥିବା ରେକର୍ଡ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #HeatWave #HotWeather #Temperature #Odisha

Comment