ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖଜୁରି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ।

ଖଜୁରି ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ।

ଡାଇବେଟିସ୍ ଓ ହୃଦରୋଗ

ଗ୍ଲୁକୋଜରେ ଭରପୁର ଖଜୁରି ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ। ଏଥିରେ କୋଲେଷ୍ଟ୍ରଲ୍ ନଥାଏ। ଏହା ହୃଦରୋଗ, କ୍ୟାନ୍ସର ଭଳି ମାରାତ୍ମକ ରୋଗ ଭଲ କରିବା ସହାୟକ ହୋଇଥାଏ।

ଓଜନ ବଢ଼ାଏ

ଯଦି ଆପଣ ଓଜନ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଦୈନିକ ଖଜୁରି କୋଳି ଅତିବେଶୀରେ ୩-୪ଟା ଖାଆନ୍ତୁ। ଏଥିରେ ସୁଗାର, ଭିଟାମିନ ଓ ଆହୁରି ଅନେକ ଜରୁରୀ ପ୍ରୋଟିନ୍ ରହିଛି। ପତଳା ଥିବା ବ୍ୟକ୍ତି ଖଜୁରି ନିଶ୍ଚିତ ଖାଆନ୍ତୁ।

କୋଷ୍ଠକାଠିନ୍ୟ

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ରହିଛି ବା ଆପଣ ଖାଉଥିବା ଖାଦ୍ୟ ସହଜରେ ହଜମ ହେଉ ନାହିଁ ତେବେ ପ୍ରତି ଦିନ ଖଜୁରୀ ଖାଇବା ଆରମ୍ଭ କରନ୍ତୁ। ଏଥିରେ ଫାଇବର ଥିବାରୁ ଏହା ପେଟରେ ହେଉଥିବା କ୍ୟାନ୍‌ସରରୁ ଦୂରରେ ରଖିଥାଏ ଏବଂ ଖାଦ୍ୟକୁ ସହଜରେ ହଜମ କରେ।

ପ୍ରସବ ଯନ୍ତ୍ରଣା କମ୍ କରେ

ପିଲା ଜନ୍ମ ହେବାର ୪ ସପ୍ତାହ ପୂର୍ବରୁ ଯଦି ଗର୍ଭବତୀ ମହିଳା ଖଜୁରୀ ଖାଇବା ଆରମ୍ଭ କରୁଛନ୍ତି ତେବେ ପ୍ରସବ ଯନ୍ତ୍ରଣା କମ୍‌ ହେବା ସହ ପ୍ରସବ ବି ଭଲରେ ହୋଇଥାଏ। ଏଥିରେ ମ୍ୟାଗ୍‌ନେସିୟମ ଥିବାରୁ ଏହା ପେଟ ଫୁଲିବା ଏବଂ ଯନ୍ତ୍ରଣାକୁ ଦୂର କରିଥାଏ

ମସ୍ତିଷ୍କ ସଠିକ୍ କାମ କରେ

ଖଜୁରିରେ ଭିଟାମିନ B6 ପ୍ରଚୁର ପରିମାଣରେ ଥାଏ, ତେଣୁ ଖଜୁରି ଖାଇଲେ ମସ୍ତିଷ୍କ ଠିକ୍‌ ଭାବରେ କାମ କରିଥାଏ। ସ୍ୱଚ୍ଛ ମସ୍ତିଷ୍କ ଚାହୁଁଛନ୍ତି ତ ଆଜିଠାରୁ ଖଜୁରି ଖାଇବା ଆରମ୍ଭ କରନ୍ତୁ।

ଉକ୍ତ ରକ୍ତଚାପ

ଖଜୁରିରେ ମ୍ୟାଗ୍ନେସିୟମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ କମ କରିଥାଏ ଏବଂ ଏଥିରେ ଥିବା ପୋଟାସିୟମ ହୃଦୟକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଇବାରେ ସାହାଯ୍ୟ କରିଥାଏ।

ହାଡ଼ ଶକ୍ତ କରେ

ହାଡ଼ ଶକ୍ତ ହେବା ପାଇଁ ଖଜୁରି ଖାଇବା ଆବଶ୍ୟକ। ଖଜୁରିରେ ଥିବା ଲବଣ ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ସେଲେନିୟମ, ମାଙ୍ଗାନିଜ୍ ଓ କପର ରହିଥାଏ। ଏଥିଯୋଗୁ ହାଡ଼ ମଜବୁତ ହୋଇଥାଏ।

ସୌନ୍ଦର୍ଯ୍ୟ ବୃଦ୍ଧି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଖଜୁରି ସହାୟକ ହୋଇଥାଏ। ଚେହେରାର ରୁକ୍ଷପଣ ଦୂର କରେ ଖଜୁରି।

LEAVE A REPLY

Please enter your comment!
Please enter your name here