ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନରେ ରହୁଥିବା ଜଣେ ୨୭ ବର୍ଷୀୟା ମହିଳା ମେଲବର୍ଣ୍ଣ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ ହୋଇଛନ୍ତି। ମହିଳା ଜଣକ ଗିରଫ ହେବାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।  ସେ ବ୍ୟାଗରେ ୧୯ ଝିଟିପିଟି ନେଇ ଯାଉଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ତାଙ୍କୁ ଗିରଫ କରିଥିଲା।

ତାଙ୍କ ବ୍ୟାଗରେ ୧୭ ସିଙ୍ଗଲବ୍ୟାକ୍ ଏବଂ ୨ ବ୍ଲୁ ଟଙ୍ଗ୍ ଝିଟିପିଟି ଥିଲା। ସେଗୁଡ଼ିକ ବିଲୁପ୍ତ ପ୍ରାୟ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବାରୁ ମହିଳାଙ୍କ ଆଚରଣରେ ସନ୍ଦେହ ସୃଷ୍ଟି ହୋଇଥିଲା।

ବ୍ୟାଗରେ ଘାସ ମିଳିବାରୁ ମହିଳାଜଣଙ୍କ ଝିଟିପିଟିଗୁଡ଼ିକୁ ଜଙ୍ଗଲରୁ ଧରିଥିବା ଅନୁମାନ କରାଯାଇଥିଲା। ଏପରି କି ସେ ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ପଚରାଉଚରା କରୁଛି। ଜବତ ଝିଟିପିଟିକୁ ପ୍ରଥମେ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରାଯାଇଥିଲା।

ପଚରାଉଚରା କରାଯିବା ସହ ତଦନ୍ତ ପରେ ମହିଳାଙ୍କୁ ୧୦ ବର୍ଷ ଜେଲ ଏବଂ ୧ କୋଟି ୪୬ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏହା ପୂର୍ବରୁ ସିଡନୀରେ ଜଣେ ବ୍ୟକ୍ତି ଝିଟିପିଟି ଚୋରାଚାଲାଣ କରୁଥିଲାବେଳେ ପୋଲିସ ଗିରଫ କରିଥିଲା। ଏହି ବିଲୁପ୍ତ ଶ୍ରେଣୀର ଝିଟିପିଟିଗୁଡ଼ିକ ବହୁତ୍ କମ୍ ଦେଖାଯଆନ୍ତି। ଏହାକୁ ଔଷଧ ପ୍ରସ୍ତୁତରେ ବ୍ୟବହାର କରାଯାଇଥାଏ।

Comment