ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ। ଖୁରିପାଣି ଗାଁରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ବାହିନୀ। ମୃତକ ହେଉଛନ୍ତି ତ୍ରିଲୋଚନ ତିରିଆ। ମୃତ ଦେହ ନିକଟରୁ ମାଓ-ପୋଷ୍ଟର ମିଳିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ତ୍ରିଲୋଚନଙ୍କୁ ହତ୍ୟା କରିଥିବା ମାଓ-ପୋଷ୍ଟରରୁ ଜଣାପଡ଼ିଛି।
ସୂଚନା ମୂତାବିକ, ରବିବାର ରାତିରେ ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ତ୍ରିଲୋଚନଙ୍କ ଘରକୁ ଆସି ଖୋଜାଖୋଜି କରିଥିଲେ। ତାଙ୍କୁ ଧରି ନେଇ ଗାଁ ମଝିରେ ହାତ ବାନ୍ଧି ମାଡ଼ ମାରିଥିଲେ। ଏହା ପରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।


















