ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଷି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଜିଲ୍ଲାରେ ଖଣି ଖନନ ଓ ବଡ଼ ବଡ଼ କମ୍ପାନିକୁ ବିରୋଧ କରାଯାଇଛି। ଗୁରୁବାର ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।

ମାଣ୍ଡିବିଷି ଗାଁର ୩ଟି ସ୍ଥାନରେ ଏହି ମାଓ ପୋଷ୍ଟର ଲାଗିଛି। ଏଥିରେ କାଶୀପୁର ବ୍ଲକରେ ଥିବା ସିଜିମାଳି, ମଞ୍ଜୀଙ୍ଗମାଳି ଓ କୁଟ୍ରୁମାଳିରେ ଖଣି ଖନନ ହେଲେ ୨୦୦ ଗାଁର ୩ ହଜାରରୁ ଅଧିକ ପରିବାର ପାଇଁ ସମସ୍ୟା ହେବ ବୋଲି କୁହାଯାଇଛି।

ସେହିପରି ଓଡ଼ିଶାର ବିଭିନ୍ନ କଳ କାରଖାନାରେ ଗତ ୧୦ ବର୍ଷ ଭିତରେ ୭ ଲକ୍ଷ ୫୦ ହଜାର ଲୋକଙ୍କୁ କାମ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୭ ହଜାର ଲୋକଙ୍କୁ କାମ ମିଳିଥିବା ମାଓବାଦୀମାନେ ଅଭିଯୋଗ କରିଛନ୍ତି।

ଓଡ଼ିଶାରେ ଦାଦନ ସମସ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟରେ ଥିବା କାରଖାନାରେ ବାହାର ଲୋକମାନେ କାମ କରୁଥିବା ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି।

ତେବେ ଏଠାରେ ମାଓବାଦୀମାନେ ରାୟଗଡ଼ାରେ ମୈତ୍ରୀ କମ୍ପାନିକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ଗିରଫଦାରୀ ଘଟଣାକୁ ନିନ୍ଦା କରିଛନ୍ତି। ଏହାସହ କମ୍ପାନୀ ସପକ୍ଷରେ ଦଲାଲ ସାଜିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି।  

Tags: #MaoPoster #Maoists #MiningSector #Kashipur #Rayagada #Odisha

LEAVE A REPLY

Please enter your comment!
Please enter your name here