ଓଡ଼ିଶାଲାଇଭ୍ ବ୍ୟୁରୋ 

ଆସନ୍ତକାଲି ସକାଳ ୬ଟାରୁ ଦିନ ୧୦ଟା ଭିତରେ ସାମୁଦ୍ରିକ ଝଡ଼ ଫନି ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ହୋଇ ଉଠିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥନାନ୍ତର କରାଯାଉଛି।

ଦିନ ୩ଟା ସୁଦ୍ଧା ୩ ଲକ୍ଷ ୩୧ ହଜାର ୭୯୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଅଫିସରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୮୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରେ ୨୪ ହଜାର ୬୦୦, ଜଗତସିଂହପୁରରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ପୁରୀରେ ୨୨ ହଜାର ୨୫୦ ଏବଂ ଯାଜପୁରରେ ୧୯ ହଜାର ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଜପତିରେ ୨୦ ହଜାର ୯୧ ଏବଂ କଟକରେ ୮୭୨୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ମୋଟ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।

Comment