ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ପ୍ରଭାବରେ ମଙ୍ଗଳପୁର ଗାଁ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋ‍ଇଛି। ଗାଁର ଅଧିକାଂଶ ଚାଳ ଘର ଓ ଆଜବେଷ୍ଟସ ଘର ଉଡିଯାଇଛି। ୟୁପି ସ୍କୁଲ୍‌ର ଆଜବେଷ୍ଟସ ମଧ୍ୟ ଉଡିଯାଇଛି। ବହୁ ସଂଖ୍ୟାରେ ନଡିଆ ଗଛ ଓ ଅନ୍ୟାନ୍ୟ ଗଛ ଭାଙ୍ଗିବା ସହିତ, ଚାଳ ଓ ଆଜବେଷ୍ଟସ ଘର ଉଡିଯିବା କାରଣରୁ ଅନେକ ବାସହରା ହୋ‍ଇଛନ୍ତି।

ଉଠା କ୍ୟାବିନଗୁଡିକ ଭାଙ୍ଗିଯାଇଛି। ରାସ୍ତା ବନ୍ଦ ହୋ‍ଇଯାଇଛି। ଲୋକେ କହିଛନ୍ତି ଯେ ଏ ଥରର ବାତ୍ୟା ୧୯୯୯ ଠାରୁ ଦୁଇଗୁଣ ଅଧିକ ପ୍ରଳୟଙ୍କରୀ ଥିଲା। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗାଁର ନିମ୍ନମଧ୍ୟବିତ ପରିବାରଗୁଡିକର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ଫନିର ତାଣ୍ଡବ।

Comment