ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ବିହାରରେ ଗତକାଲି ପଞ୍ଚମ ପର୍ଯ୍ୟାୟ ଲାଗି ଭୋଟ ପଡ଼ିଛ। ଏହାରି ଭିତରେ ବିହାରର ମୁଜାଫରପୁରରୁ ଆଶ୍ଚର୍ଯ୍ୟକଲା ପରି ଖବର ଆସୁଛି।
ମୁଜାଫରପୁରର କଲ୍ୟାଣପୁରସ୍ଥିତ ଏକ ସ୍ଥାନରେ ହୋଟଲରୁ ଇଭିଏମ ଓ ଭିଭିପାଟ ମ୍ୟାସିନ୍ ଜବତ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ସେମାନେ ହଙ୍ଗାମା କରିଥିଲେ।
ଏହାପରେ ସେଠାରେ ଜିଲ୍ଲାପ୍ରଶାସନ ଓ ପୋଲିସ ପହଞ୍ଚିଥିଲେ। ସ୍ଥାନୀୟ ଏସଡ଼ିଓ ସେଠରେ ପହଞ୍ଚି ଇଭିଏମକୁ ଜଗତ କରିଛନ୍ତି। ଏହାସହିତ ଏତେବଡ଼ ଅନିୟମିତତା ଲାହି ଡ୍ୟୁଟିରେ ଥିବା ମାଜିଷ୍ଟେଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଏହାସହିତ ସେଠାରେ ଇଭିଏମ ଦାୟିତ୍ବରେ ଥିବା ସେକ୍ଟର ମାଜିଷ୍ଟେଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରାଯାଇଛି। କେମିତି ଏସବୁ ହେଲା ଓ ଇଭିଏମ ହୋଟେଲକୁ କେମିତି ପହଞ୍ଚିଲା ସେନେଇ ସ୍ପଷ୍ଟୀକରଣ ମଗାଯାଇଛି।
ଏ ନେଇ ଜିଲ୍ଲାଅଧିକାରୀ ଆଲୋକ ରଞ୍ଜନ ଘୋଷ କହିଛନ୍ତି, ମାଜିଷ୍ଟେଟଙ୍କ ଡ୍ରାଇଭର ଇଛାପ୍ରକାଶ କରିଥିଲେ ଭୋଟ ଦେବାଲାଗି। ଡ୍ରାଇଭରଙ୍କ ସେହି ଇଛାକୁ ପୂରଣ କରିବାଲାଗି ଇଭିଏମ ଓ ଭିଭିପାଟକୁ ହୋଟେଲରେ ରଖାଯାଇଥିଲା।
ଏ ଘଟଣାର ତଦନ୍ତ ଚାଲିଛି। ଏହାପରେ ହିଁ ସ୍ପଷ୍ଟ ହେବକି କିଏ ଓ କାହିଁକି ହୋଟେଲରେ ଇଭିଏମ ଓ ଭିଭିପାଟକୁ ହେଟଲକୁ ଆଣିଥିଲା।


















