ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ ‘ଫନି’ ପରେ କେନ୍ଦ୍ରପଡ଼ାରେ ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଏହାପରେ ସେ ସମୀକ୍ଷା ନେଇ ରିପୋର୍ଟ ଦେଇଛନ୍ତି।

“ଏବେ ସୁଦ୍ଧା ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଆଉ ଦୁଇ ଦିନ ମଧ୍ୟରେ ଶତ ପ୍ରତିଶତ ସଂଯୋଗ ଦିଆଯିବ। ଜିଲ୍ଲାରେ ୩ ଜଣଙ୍କ ଜୀବନ ଯାଇଛି।”

‘‘ଜିଲ୍ଲାରେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଫନିରେ ରବି ଫସଲ କ୍ଷୟକ୍ଷତିର ଆକଳନ ଚାଲିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସବସିଡି ଓ କ୍ଷତିପୂରଣ ଦିଆଯିବ। ୨୭୭ ଗ୍ରାମଞ୍ଚଳ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ଯ୍ୟକ୍ଷମ କରୁଛି।’’ ଫନିସ୍ଥିତି ସମୀକ୍ଷା ପରେ ଏ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

LEAVE A REPLY

Please enter your comment!
Please enter your name here