ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ରୋଷେଇ ଘରେ ଗରମ ମସଲା ଭାବେ ଡାଲଚିନିର ବହୁଳ ବ୍ୟବହାର ହୋଇଥାଏା ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ବାସ୍ନା ଯୁକ୍ତ କରିଥାଏା ତରକାରୀ ହେଉ ଅବା କୌଣସି ଜଳଖିଆ ଏମିତିକି କେକରେ ବି ଡାଲଚିନିର ବ୍ୟବହାର ହୋଇଥାଏା

ତେବେ ଡାଲଚିନି ଯେ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ନିୟମିତ ଖାଦ୍ୟରେ ଡାଲଚିନିର ଉପଯୋଗ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏା

ଡାଲଚିନି ଗୁଣ୍ଡରେ ମହୁ ମିଶାଇ ଖାଇଲେ ବିଭିନ୍ନ ପ୍ରକାର ତ୍ୱଚା ସମସ୍ୟା ଦୂର ହେବା ସହିତ ସର୍ଦ୍ଦି, ଜ୍ୱର ହୋଇନଥାଏା ହୃଦରୋଗ, କୋଲେଷ୍ଟାରଲ, ପେଟରୋଗ ସମସ୍ୟା ଥିଲେ ମଧ୍ୟ ଡାଲଚିନି ଗୁଣ୍ଡ ଖାଇଲେ ଉପକାର ମିଳିଥାଏ ବୋଲି ଏକ ସର୍ଭେରୁ ଜଣା ପଡ଼ିଛିା

ଡାଲଚିନି ଖାଇବା ଶରୀର ପାଇଁ ଭଲ ହୋଇଥିଲେ ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଆପଣ ଯେମିତି ଅଧିକ ଡାଲଚିନି ନ ଖାଆନ୍ତିା କାରଣ ଅଧିକ ଡାଲଚିନି ଖାଇବା ଦ୍ୱାରା ଶରୀରକୁ ହାନି ପହଞ୍ଚିବାର ଆଶଙ୍କା ଥାଏା

ମେଦ ବହୁଳ ରୋଗୀଙ୍କ ପାଇଁ ଡାଲଚିନି ଗୁଣ୍ଡ ମହୋଷୌଧି  ଭଳି କାମ କରିଥାଏା ଏଥିସହ ଓଜର କମ କରିବାକୁ ଚାହୁଁଥିଲେ ଡାଲଚିନି ଚାହା ପ୍ରସୁତ କରି ଏଥିରେ ଅଳ୍ପ ମହୁ ମିଶାଇ ପିଇ ପାରିବୋ ତରକାରୀ ଡାଲଚିନି ଗୁଣ୍ଡ ମିଶାଇବା ଦ୍ୱାରା ଏହା ହଜମ ପ୍ରକିୟାକୁ ତ୍ୱରାନ୍ୱିତ କରିଥାଏା

Comment