ଓଡ଼ିଶାଲାଇଭ ବ୍ୟୁରୋ
ମେ’ ୩ରେ ଓଡ଼ିଶାରେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ତାଣ୍ଡବ ରଚିଥିଲା। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ପୁରୀ ସହର। ବାତ୍ୟା ପରେ ଫନି ସମ୍ପୂର୍ଣ୍ଣ ପୁରୀର ସ୍ଥିତି ବଦଳେଇ ଦେଇଛିା ଏମିତିକି ବାତ୍ୟା ପରେ ପୁରୀରେ ଏକ ପ୍ରକାର ଯୋଗାଯୋଗ ବିଛିନ୍ନ ହୋଇଛିା
ହେଲେ ବାତ୍ୟା ପରେ ଧୀରେ ଧୀରେ ସ୍ଥିତି ସୁଧାରିବାକୁ ପ୍ରୟାସ ଚାଲିଛିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଧୀରେ ଧୀରେ ରେଳସେବା ସ୍ୱାଭାବିକ ହେଉଛିା ଫନିର ୬ ଦିନ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛିା
ଗତ ୨ଦିନ ଧରି ଖୋର୍ଦ୍ଧା ରୋଡରୁ ପୁରୀକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଚାଲିଥିଲା। ବୁଧବାର ସନ୍ଧ୍ୟାରେ ପୁରୀରୁ ୩ ଟି ଏକ୍ସପ୍ରେସ ଚାଲିଥିଲା।