ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ସହର। ଫନି ପରେ ମୋବାଇଲ ସେବା, ଯୋଗାଯୋଗ ବାଧାପ୍ରାପ୍ତ ହେବା ସହ ବ୍ୟାଙ୍କ ସେବା ଏକ ପ୍ରକାର ଠପ୍ ହୋଇପଡ଼ିଛି।

ଯଥା ସମ୍ଭବ ବ୍ୟାଙ୍କ ସେବା ଆରମ୍ଭ କରିବା ପାଇଁ ଆଜି ସଚିବାଳୟରେ ବୈଠକ ବସିଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, ଏସବିଆଇ ଡେପୁଟି ଗଭର୍ଣ୍ଣର, ଏସବିଆଇ ସିଜିଏମ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି ବୈଠକରେ ପୁରୀରେ ଆସନ୍ତା ମେ’ ୧୩ରୁ ବ୍ୟାଙ୍କ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

‘‘ପୁରୀକୁ ଛାଡ଼ି ଅନ୍ୟ ସବୁ ଜାଗାରେ ବ୍ୟାଙ୍କ ସେବା ଉପଲବ୍ଧ ହେଲାଣି। ସୋମବାରଠାରୁ ପୁରୀରେ ବ୍ୟାଙ୍କ ସେବା ଆରମ୍ଭ ହେବ। ଏହି ସେବା ଅଫଲାଇନ ମୋଡରେ ଆରମ୍ଭ ହେବ’’, କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେ ଆହୁରି କହିଛନ୍ତି, ‘‘କେରଳ ଫ୍ଲଡ ମଡେଲ ଅନୁସାରେ ୠଣ ନେଇଥିବା ଗ୍ରାହକଙ୍କ ସମ୍ପର୍କରେ ବିଚାର କରାଯିବ। ବୀମା ଉପରେ ଗୁରୁତ୍ୱ ଦେବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି।’’

Comment