ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ। ସୋମବାର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୦ଟି ସହରରେ ପାରଦ ୪୦ଛୁଇଁଛି। ଟିଟିଲାଗଡ଼ ଓ ତାଲଚେରରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅସମ୍ଭାଳ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଅନ୍ୟପକ୍ଷରେ ‘ଫନି’ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ କରେଣ୍ଟ ନାହିଁ। ପାଣିପାଗ ବିଭାଗ ଅନୁଯାୟୀ, ସୋମବାର ଗୋପାଳପୁର ୩୨.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୮, ଅନୁଗୁଳରେ ୪୧.୧ ଡିଗ୍ରୀ, ସମ୍ବଲପୁର ୪୨.୧ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭବାନୀପାଟଣାରେ ୪୧.୮, ହୀରାକୁଦରେ ୪୨.୦, ସୋନପୁରରେ ୪୨.୦, ମାଲକାନଗିରିରେ ୪୧.୪ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଟୁଇନ୍‌ ସିଟିର ଆଜି ଭୀଷଣ ଗରମ ଅନୂଭୂତ ହେଉଛି। ସୋମବାର ଭୁବନେଶ୍ୱରରେ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୩୮.୬ ଡିଗ୍ରୀ ରହିଛି।

Comment