ଓଡ଼ିଶାଲାଇଭ୍‌ ବ୍ୟୁରୋ

abhinandan

ଡ୍ୟୁଟିରେ ଜଏନ୍‌ କଲେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ସୋମବାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଜ କର୍ମ ଜୀବନକୁ ଫେରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନନ୍ଦନଙ୍କୁ ରାଜସ୍ଥାନର ସୁରତଗଡ଼ ବାୟୁସେନା ବେସ୍‌ରେ ନୂଆ ପୋଷ୍ଟିଙ୍ଗ୍‌ ମିଳିଛି। ପାକିସ୍ଥାନରୁ ଫେରିବା ପରେ ଏହା ହେଉଛି ଅଭିନନ୍ଦନଙ୍କ ପ୍ରଥମ ପୋଷ୍ଟିଙ୍ଗ୍‌।

୨୦୧୯ ଫେବ୍ରୁଆରୀ ୨୭ରେ ବାଲାକୋଟରେ ଭାରତୀୟ ବାୟୁସେନାର ସର୍ଜିକଲ ଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନଙ୍କ ମିଗ୍‌-୨୧ ବିମାନ ଏଲ୍‌ଓସି ପାର କରିଦେଇଥିଲେ। ଏହାପରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ବନ୍ଧକ ରଖି ୬୦ ଘଣ୍ଟା ପରେ ଛାଡ଼ି ଦେଇଥିଲେ। ପାକିସ୍ତାନୀ ବିମାନ ଏଫ୍‌-୧୬କୁ ତଳକୁ ଖସାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଦୀର୍ଘ ଅଢ଼େଇ ମାସ ପରେ ପୁଣି ଥରେ ନିଜ କର୍ମ ଜୀବନକୁ ଫେରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଅଭିନନ୍ଦନଙ୍କୁ ରାଜସ୍ଥାନର ସୁରତଗଡ଼ ବାୟୁସେନା ବେସ୍‌ ଷ୍ଟେସନରେ ନୂଆ ପୋଷ୍ଟିଙ୍ଗ୍‌ ମିଳିଛି। ଅଭିନନ୍ଦନଙ୍କ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

କିଛିଦିନ ତଳେ ଅଭିନନ୍ଦନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଭିନନ୍ଦନ ଜମ୍ମୁ-କଶ୍ମୀରରେ ନିଜ ସାଥୀ ସୈନିକଙ୍କ ସହ ଫଟୋ ଉଠାଉଥିବା ଅବସ୍ଥାରେ ଏହି ଭିଡିଓରେ ନଜର ଆସିଥିଲେ। ଭିଡିଓରେ ଅଭିନନ୍ଦନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ମଜାଳିଆ କଥା ହେଉଛି, ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗ୍‌ରେ ଥିବା ଅଭିନନ୍ଦନଙ୍କ ନିଶ ଆହୁରି ମୋଟା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here