ଓଡ଼ିଶାଲାଇଭ ବ୍ୟୁରୋ
ଲୋକସଭା ନିର୍ବାଚନ ଫଳାଫଳ ମେ’୨୩ରେ ଆସିବ। ଏହାପୂର୍ବରୁ ଏକଜିଟ୍ ପୋଲର ଆକଳନ ସାମ୍ନାକୁ ଆସି ସାରିଛି। ଅଧିକାଂଶ ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ମୁତାବକ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିପାରେ ବୋଲି ଆକଳନ କରାଯାଇଛି। ଏକଜିଟ ପୋଲର ଆକଳନ ଅନୁସାରେ କେନ୍ଦ୍ରରେ ମୋଦି ସରକାର ପୁଣି ଥରେ ସରକାର ଗଢ଼ିପାରନ୍ତି।
ତେବେ ଏକଜିଟ ପୋଲର ଆକଳନ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ବିରୋଧୀଙ୍କ ମିମ୍ସ କରି ସେୟାର କରିବାରେ ଲାଗି ପଡ଼ିଛନ୍ତି।
ଦେଖନ୍ତୁ ସେମିତି କିଛି ମିମ୍ସ…


ସୋସିଆଲ ମିଡିଆରେ ବିରୋଧୀଙ୍କ ମଜାଦାର ମିମ୍ସ କରି ସେୟାର କରୁଛନ୍ତି। ଏକଜିଟ ପୋଲର ଆକଳନ ଅନୁସାରେ ୫୪୨ ସିଟରୁ ଏନଡିଏକୁ ୨୭୭, ୟୁପିଏକୁ ୧୩୦ ଓ ଅନ୍ୟକୁ ୧୩୫ ମିଳିବାର ଅନୁମାନ କରାଯାଇଉଛି।

ଟାଇମ୍ସ ନାଓ – ଭିଏମଆର
ଟାଇମ୍ସ ନାଓ – ଭିଏମଆରର ସର୍ଭେ ଅନୁସାରେ ବିଜେପି ନେତୃତ୍ୱରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଅନୁମାନ କରିଛି। ଏହି ଆକଳନ ଅନୁସାରେ ଏନଡିଏକୁ ୩୦୬ ଆସନ ମିଳିପାରେ। ୟୁପିଏକୁ ୧୩୨ ଓ ଅନ୍ୟକୁ ୧୦୪ ଆସନ ମିଳିବ ବୋଲି ଅନୁମାନ କରାଯାଉଛି।
ଏହି ଆକଳନ ମୁତାବକ ଉତ୍ତରପ୍ରଦେଶରେ ଏସପି ବିଏସପି ମହାମେଣ୍ଟ ପରେ ବି ବିଜେପିକୁ ସଫଳତା ମିଳିପାରେ। ରାଜ୍ୟର ୮୦ଟି ଆସନରୁ ୫୮ଟି ଆସନରେ ବିଜେପିକୁ ବହୁମତ ମିଳିପାରେ। ଏସପି ବିଏସପି ମହାମେଣ୍ଟକୁ ୨୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି।
ଆଜତକ-ଏକ୍ସି ମାଇଁ ଇଣ୍ଡିଆ
ଆଜତକ-ଏକ୍ସି ମାଇଁ ଇଣ୍ଡିଆର ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିକୁ ୨୬-୨୮, କଂଗ୍ରେସକୁ ୧-୩ ସିଟ ମିଳିବାର ଅନୁମାନ କରାଯାଉଛି। ସେହିପରି ଛତିଶଗଡ଼ରେ ବିଜେପିକୁ ୭-୮, କଂଗ୍ରେସକୁ ୩-୪ ସିଟ ମିଳିବାରୁ ଅନୁମାନ ହେଉଛି।
ରାଜସ୍ଥାନରେ ବିଜେପିକୁ ୨୩-୨୫ ଆସନ, କଂଗ୍ରେସକୁ ୦-୨ ମିଳିବ ବୋଲି ଅନୁୋନ ହୋଇଛି।
ରିପବ୍ଲିକ ଭାରତ ଓ ସି ଭୋଟର
ରିପବ୍ଲିକ ଭାରତ ଓ ସି ଭୋଟରର ସର୍ଭେ ଅନୁସାରେ ଏନଡିଏକୁ ୨୮୭, ୟୁପିଏକୁ ୧୨୮, ମେଣ୍ଟକୁ ୪୦, ଅନ୍ୟକୁ ୮୭ ମିଳିବାର ଅନୁମାନ ରହିଛି।
ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

















