ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’୨୩ରେ ୧୪୬ଟି ବିଧାନସଭା ଆସନ ୨୧ଟି ଲୋକସଭା ଆସନରେ ଭୋଟ ଗଣତି ହେବା ଭୋଟ ଗଣିତି ନେଇ କିପରି ପ୍ରସ୍ତୁତି କରାଯାଇଛି ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ। ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ। ମଙ୍ଗଳବାର ଏକ ସମ୍ବାଦିକ ସମ୍ମିଳନୀ କରି ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି।

ଗୋଟିଏ କେନ୍ଦ୍ରରେ  ମୋଟ ୧୪ଟି ଟେବୁଲ ରହିବ।  ୭ଟି ଟେବୁଲରେ ଲୋକସଭା ଓ ୭ଟି ଟେବୁଲରେ ବିଧାନସଭା ଭୋଟ ଗଣତି ହେବ।

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି, ୩୦ ମିନିଟ ପରେ ଇଭିଏମ ଗଣତି ହେବ। ପୋଷ୍ଟାଲ ବାଲାଟ ଗଣତି ଓ ଇଭିଏମ ଗଣତି ପରେ ଭିଭିପାଟ ଗଣତି ହେବ।

ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଆଉ ଜଣେ ମାଇକ୍ରୋ ଅଭଜରଭର ରହିବେ।

ମୋଟ ଗଣନା କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବା ଗଣନା କେନ୍ଦ୍ରକୁ

କାଉଣ୍ଟିଂ ଏଜେଣ୍ଟମାନେ କୌଣସି ଇଲେକଟ୍ରୋନିକ ଡିଭାଇସ ନେଇ ଯାଇପାରିବେନି। ଯେମିତିକି ମୋବାଇଲ, ଲ୍ୟାପଟାପ, କ୍ୟାମେରା ନେଇ ଯାଇପାରିବେନି।

ସର୍ବନିମ୍ନ ୧୯ ରାଉଣ୍ଡରେ ସମ୍ବଲପୁର ବିଧାନସଭା ପାଇଁ ପଡ଼ିଥିବା ଭୋଟର ଗଣତି ହେବ।  ପାଟଣାଗଡ଼ ବିଧାନସଭା ଆସନ ପାଇଁ ସର୍ବାଧିକ ୪୯ ରାଉଣ୍ଡରେ ଗଣତି ହେବ।

LEAVE A REPLY

Please enter your comment!
Please enter your name here