ଓଡ଼ିଶାଲାଇଭ ବ୍ୟୁରୋnavjeet

୨୦୧୯ ଲୋକସଭା ନିର୍ବାଚନରେ ୭୮ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତିା ନିର୍ବାଚନ ଫଳାଫଳ ପରେ ଏବେ ଏହି ମହିଳାଙ୍କୁ ନେଇ ସବୁଠୁ ଚର୍ଚ୍ଚା ହେଉଛିା ଏହି ମହିଲାଙ୍କ ଭିତରେ ଜଣେ ଏଭଳି ମହିଳା ସାଂସଦ ଅଛନ୍ତି ଯାହାଙ୍କୁ ସୁନ୍ଦରତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛିା

ଦେଶର ସବୁଠୁ ସୁନ୍ଦରୀ ସାଂସଦ ବୋଲି ତାଙ୍କୁ କୁହାଯାଉଛିା ତେବେ ଏହି ମହିଳା ସାଂସଦ ଜଣକ ହେଲେ ନବନିତ ରବି ରଣା। ସେ ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନରୁ ନିର୍ବାଚିତ  ହୋଇଛନ୍ତିା ଖାସ କଥା ଏହା ଯେ, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢ଼ିଥିଲୋ ଏବଂ ବିଜୟ ହାସଲ ମଧ୍ୟ କରିଛନ୍ତିା

ସେ ଶିବସେନା ପ୍ରାର୍ଥୀ ଅବସୁଲ ଆନନ୍ଦରାଓଙ୍କୁ ୩୭ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତିା

ଏହି ଅମରାବତୀ ଆସନର ଆଉ ଏକ ବିଶେଷତ୍ୱ ହେଉଛି କି ଏହି ଆସନରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ନିର୍ବାଚନ ଲଢ଼ି ସାରିଛନ୍ତିା ନବନିତ ଏହି ଆସରୁ ଏଥର ଜିତିଛନ୍ତିା ନିର୍ବାଚନ ଫଳାଫଳ ଆସିବା ପରେ ନବ ନିର୍ବାଚିତ ଏହି ସାଂସଦଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିା ଦେଶରୁ ସବୁଠୁ ସୁନ୍ଦର ସାଂସଦ ବୋଲି ମଧ୍ୟ ଚର୍ଚ୍ଚା ହେଉଛିା

ତେବେ ଏହି ଚର୍ଚ୍ଚିତ ସାଂସଦ ଜଣକ ସାଉଥ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତିା ଅଭିନୟରେ ସଫଳତା ପାଇବା ପରେ ସେ ଏବେ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତିା ତାଙ୍କ ସ୍ୱାମୀ ଜଣେ ରବି ରଣା ମଧ୍ୟ ଜଣେ ରାଜନେତା।

Comment