ଓଡ଼ିଶାଲାଇଭ୍ ବ୍ୟୁରୋ

‘ସାଧାରଣ ନିର୍ବାଚନ-୨୦୧୯’ ସମ୍ପର୍କୀତ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଆରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ସହ ପୁସ୍ତକର ଉପାଦେୟତା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ।

ଏକ ସଙ୍ଗେ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନ ନିମନ୍ତେ ଆରମ୍ଭରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଏହି ପୁସ୍ତକରେ ସ୍ଥାନ ପାଇଛି।

୨୩୮ ପୃଷ୍ଠା ବିଶିଷ୍ଟ ପୁସ୍ତକରେ ସାଧାରଣ ନିର୍ବାଚନ-୨୦୧୯ର ସୂଚୀ, ଫଟୋ, ଇଲେକ୍ଟରାଲ ରୋଲ୍‌, ମତଦାନ କେନ୍ଦ୍ର, ନିର୍ବାଚନ ପ୍ରସ୍ତୁତି, ଇଭିଏମ୍‌ ପରିଚାଳନା, ଲଜିଷ୍ଟିକ୍‌ ମ୍ୟାନେଜମେଣ୍ଟ, ସୁରକ୍ଷା ପ୍ରସ୍ତୁତି ଓ ପରିଚାଳନା, ସୁଇପ୍ ପ୍ରସ୍ତୁତି ଓ ପରିଚାଳନା ଆଦି ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର, ଡକ୍ଟର ଅଭୟ କୁମାର ନାୟକ, ପୂର୍ବତନ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌ ରଘୁରାମ ଆୟର, ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନିତିରଞ୍ଜନ ସେନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Comment