ଓଡ଼ିଶାଲାଇଭ ବ୍ୟୁରୋ

ପାଟକୁରାରେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

ପାଟକୁରାରେ ଆଜି ସକାଳୁ ବର୍ଷା ହୋଇଥିଲା। ବର୍ଷା ସତ୍ତ୍ୱେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। କେତେକ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଥିବାରୁ  ମତଦାନ ବିଳମ୍ବ ହୋଇଥିଲା। କିଛି ସମୟରେ ପରେ ଇଭିଏମ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା।

ତେବେ ମତଦାନ ପାଇଁ ବୁଥଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ପାଟକୁରାରେ ଅପରାହ୍‌ଣ ୫ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ।

Comment