ଓଡ଼ିଶାଲାଇଭ ବ୍ୟୁରୋ

ଆରମ୍ଭ ହୋଇଛି କେନ୍ଦ୍ରାପଡ଼ାର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା। କେନ୍ଦ୍ରାପଡ଼ା ସହର ସମେତ ଗାଁ ମାନଙ୍କରେ ମଧ୍ୟ ପୂଜା ଧୁମ୍‌ଧାମରେ ପାଳନ ହେଉଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ୬୯ଟି ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ ହୋଇଛି।

କେନ୍ଦ୍ରାପଡ଼ାରେ ଏହି ଉତ୍ସବ ୭ ଦିନ ପାଳନ କରାଯିବ। ପରେ ମା’ଙ୍କର ଭସାଣ ଉତ୍ସବ କରାଯିବ। ପୂଜା ପାଇଁ ସହରରେ ବିଭିନ୍ନ ଆଲୋକମାଳା ସଜ୍ଜିତ ହୋଇଥିବା ବେଳେ ସୁଉଚ୍ଚ ତୋରଣ ମଧ୍ୟ ନିର୍ମାଣ ହୋଇଛି। ଅନେକ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଲାଣି। ଏହାର ମଜା ନେବାକୁ ଲୋକ ଗହଳି ମଧ୍ୟ ଦେଖିବାକୁ ମିଳୁଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୯୨୨ ମସିହାରୁ ଏହି ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ସେତେବେଳେ ସହରର ପୁରୁଣା ମଟରଷ୍ଟାଣ୍ଡ ପୂଜାମଣ୍ଡପରେ ବ୍ୟବସାୟୀମାନେ ଆରମ୍ଭ କରିଥିଲେ ଯାହା ଏବେ ୯୭ ବର୍ଷରେ ପହଞ୍ଚିଛି। କେନ୍ଦ୍ରାପଡା ସହର ବ୍ୟତୀତ ଗଜଲକ୍ଷ୍ମୀଙ୍କ ପୂଜା ଜିଲ୍ଲାର ମହାକାଳପଡ଼ା, ପାଟକୁରା, ମାର୍ଶାଘାଇ, ଛତା, ଡେରାବିଶ, ଚାନ୍ଦୋଳ ଆଦି ବିଭିନ୍ନ ସ୍ଥାନରେ ପୂଜା କରାଯାଉଛି।

ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଯାଇଛି। କେନ୍ଦ୍ରାପଡାର ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଇନଶୃଙ୍ଖଳା ସମୀକ୍ଷା କରିବାକୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ କୁମାର ସିଂହ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। କେନ୍ଦ୍ରାପଡା ଏସ୍ ପି ନୀତିଶେଖର ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜାର ଆଇନଶୃଙ୍ଖଳା ନିଜେ ଦତାରଖ କରୁଛନ୍ତି।

Comment