ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ହଜାର ହଜାର ସଂଖ୍ୟାରେ ପଙ୍ଗପାଳ। ଏମାନଙ୍କ ପ୍ରାଦୁର୍ଭାବ ହଠାତ ବଢିଯାଇଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ଏମାନେ ଯେକୌଣସି ଗଛରେ ଦଳଦଳ ହୋଇ ବସୁଛନ୍ତି କ୍ଷଣିକ ମଧ୍ୟରେ ଲଣ୍ଡା କରି ପତ୍ର ଖାଇଯାଉଛନ୍ତି। ଏବେ ବିଲରେ କୌଣସି ଫସଲ ନଥିଲେ ମଧ୍ୟ ବାଡି ବଗିଚାରେ ପନିପରିବା ଗଛ ନଷ୍ଟ କରିଦେଉଥିବା ଦେଖାଯାଇଛି।

ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ଅଞ୍ଚଳରେ ପଙ୍ଗପାଳ ଦେଖିବାକୁ ମିଳିଛି। ମହାନଦୀ କୂଳରେ ଥିବା ପିତାପାଟ ଗାଁରେ ବିଭିନ୍ନ ଗଛମାନଙ୍କରେ ଏମାନେ ଦଳଦଳ ହୋଇ ବସିରହିଛନ୍ତି। ହଜାର ହଜାର ସଂଖ୍ୟାରେ ଏମାନେ ଉଡିଉଡି ଆସୁଛନ୍ତି। ବିଭିନ୍ନ ଗଛର ପତ୍ର ସବୁ ଚରି ଯାଉଛନ୍ତି। ନିମିଷେକ ଭିତରେ ଗଛର ପତ୍ର ଲଣ୍ଡା ହୋଇ ଯାଉଛି। ପରେପରେ ଅନ୍ୟ ଗଛକୁ ଆକ୍ରମଣ କରୁଛନ୍ତି।

କିଛିଦିନ ପଳେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଉତ୍ତର ଭରତ ଅଞ୍ଚଳରେ ଦେଖାଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରେ ଏମାନେ ତାଣ୍ଡବ ଘଟାଇ ଘଟାଇ ଆସି ଓଡିଶାରେ ପହଞ୍ଚିଛନ୍ତି। ଆଜି ଏମାନଙ୍କୁ ପ୍ରଥମ କରି ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ପଙ୍ଗପାଳଙ୍କୁ ଘଉଡାଇବାକୁ ସରକାର ଏବେଠୁ ବ୍ୟବସ୍ଥା ନକଲେ ଏମାନେ ଓଡିଶାକୁ ଲଣ୍ଡା କରିଦେବା ଆଶଙ୍କା ଉପୁଜିଲାଣି ।

Comment