ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୮ଟାରୁ ଆରମ୍ଭ ହୋଇସାରିଛି ଭୋଟଗଣତି। ପ୍ରତି ଦଳଙ୍କ ନଜରରେ ରହିଛି ଉତ୍ତରପ୍ରଦେଶ ଉପରେ। ଏହାର କାରଣ ହେଉଛି ଲୋକସଭା ଆସନ ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ଦେଶର ସବୁଠୁ ବଡ଼ ରାଜ୍ୟ। ତେବେ ଆସନ୍ତୁ ଜାଣିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ କାହିଁକି ଗୁରୁତ୍ୱ ରଖୁଛି ସବୁ ରାଜନୈତିକ ଦଳଙ୍କ ଲାଗି।

ଦିଲ୍ଲୀରେ କିଏ ସରକାର ଗଢ଼ିବ ତାହା ସ୍ଥିର ହୋଇଥାଏ ଉତ୍ତରପ୍ରଦେଶରୁ। ୟୁପିରେ ଯେଉଁ ଦଳର ପଲ୍ଲା ଅଧିକ ଭାରି ରହିଥାଏ ସେହି ଦଳ ସରକାରକୁ ଆସିଥାଏ। ରାଜନୈତିକ ଇତିହାସକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଏ ଯାଏଁ ଉତ୍ତରପ୍ରଦେଶ ଦେଶକୁ୧୦ ପ୍ରଧାନମନ୍ତ୍ରୀ ଦେଇ ସାରିଲାଣି। ପ୍ରଧାନମନ୍ତ୍ରୀ ନିଜେ ଦ୍ୱିତୀୟଥର ଲାଗି ବାରଣାସୀରୁ ନିର୍ବାଚନ ଲଢ଼ୁଛନ୍ତି।

ଯଦି ଆମେ ୨୦୧୪ ଲୋକସଭା ନିର୍ବାଚନ କଥା ଆଲୋଚନକୁ ନେବା ତେବେ ଏଠାରେ ବିଜେପି ୭୧ ଆସନରେ ଜିତିଥିଲା, ଯେଉଁଠିକି ଏନଡିଏ ସହ ଥିବା ଦଳ ୨ଟି ଆସନ ସମାଜବାଦି ପାର୍ଟି ୫ଟି ଆସନ, କଂଗ୍ରେସ ଦୁଇଟି ଆସନ,ବିଏସପି ଖାତା ଖୋଲିବାରେ ସମର୍ଥ ହୋଇପାରିନଥିଲା।

ସେହପରି ୨୦୧୪ ଲୋକସଭା ନିର୍ବାଚନ ସମୟରେ ଭୋଟ ହାର ବିଜେପି ପାଖକୁ ୪୨.୬୩ ପ୍ରତିଶତ, କଂଗ୍ରେସ ବିଏସପିକୁ ୧୯.୭୭ ପ୍ରତିଶତ ପାଇ ବି ଗୋଟିଏ ଆସନରେ ଜିତି ପାରିନଥିଲେ। ସମାଜବାଦି ଦଳ ୨୨.୩୫ପ୍ରତିଶତ ଭୋଟ ସହ ୫ଆସନ ନିଜ କବଜାରେ ରଖିଥିଲା। ସେହିପରି କଂଗ୍ରେସ ଏକାକି ୭.୫୩ ପ୍ରତିଶତ ଓ ରାଷ୍ଟ୍ରୀୟ ଲୋକ ଦଳ ୦.୮୬ ପ୍ରତିଶତ ଭୋଟ ପାଇଥିଲେ।

ତେବେ ଏଥର ଆସିଥିବା ଏକଜିଟ୍ ପୋଲର ଆକଳନ ଅନୁସାରେ ଉତ୍ତରପ୍ରଦେଶରେ ବିଜେପି ଓ କଂଗ୍ରେସକୁ ସେତେ ସଫଳାତା ମିଳୁନାହିଁ, ଅନ୍ୟପଟେ ମହାମେଣ୍ଟକୁ ଏଥର ଭଲ ସଫଳତା ମିଳୁଛି। ତେବେ ଏସବୁ ଭିତରେ ସମସ୍ତଙ୍କ ନଜର ରହିବ ଉତ୍ତରପ୍ରଦେଶ ଉପରେ।

LEAVE A REPLY

Please enter your comment!
Please enter your name here