ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ସଂସଦରେ ୭୮ ଜଣ ମହିଳା କରିବେ ପ୍ରତିନିଧିତ୍ଵ।
ଏଥର ଲୋକସଭା ସଂସଦରେ ସବୁଠୁ ଅଧିକ ମହିଳା ରହିବେ। ଅର୍ଥାତ ୭୮ଜଣ ମହିଳା ନିର୍ବାଚନ ଜିତି ସାଂସଦ ହୋଇଛନ୍ତି। ଏହି ପ୍ରତିଶତ ଏବେ ୧୪.୩୬ ପ୍ରତିଶତରେ ପହଞ୍ଚିଛି।
ଏହି ୭୮ ଜଣଙ୍କ ମଧ୍ୟରୁ ସବୁଠୁ ଅଧିକ ବିଜେପିର ଅଛନ୍ତି। ଦଳକୁ ୩୦୩ ଆସନରେ ସଫଳତା ମିଳିଥିବା ବେଳେ ସେଥିରୁ ୪୧ ଜଣ ମହିଳା ଅଛନ୍ତି।
ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ସବୁଠୁ ଅଧିକ ମହିଳା ଜିତିଛନ୍ତି
ଦେଶରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଅଧିକ ମହିଳା ଲୋକସଭା ନିର୍ବାଚନରେ ଜିତିଛନ୍ତି। ଉଭୟ ରାଜ୍ୟରେ ୧୧-୧୧ ମହିଳା ନିର୍ବାଚନ ଜିତିଛନ୍ତି। ୟୁପିରେ ବିଜେପିରୁ ୮ଜଣ ମହିଳା, କଂଗ୍ରେସ ଓ ବହୁଜନ ସମାଜାବାଦି ପାର୍ଟିରୁ ଜଣେ ଲେଖେଁ ମହିଳା ନିର୍ବାଚନ ଜିତିଛନ୍ତି।
ଏଥର ଓଡ଼ିଶାରୁ ୩୩ପ୍ରତିଶତ ମହିଳାଙ୍କ ବିଜୟ
ଓଡ଼ିଶାରୁ ୩୩ ପ୍ରତିଶତ ଅର୍ଥାତ ୭ଜଣ ମହିଳା ଜିତିଛନ୍ତି ଲୋକସଭା ନିର୍ବାଚନ। ବିଜେଡିରୁ ୧୨ଜଣ ସାଂସଦ ନିର୍ବାଚନ ଜିତିଛନ୍ତି ଯାହା ଭିତରେ ୫ଜଣ ମହିଳା ଅଛନ୍ତି, ସେହିପରି ବିଜେପିର ୨ଜଣ ବିଜେପି ମହିଳା ସାଂସଦ ନିର୍ବାଚନ ଜିତିଛନ୍ତି। ଏହି ୭ ଜଣ ମହିଳାଙ୍କ ମଧ୍ୟରେ ସମାଜର ସବୁ ସ୍ତରର ମହିଳା ଅଛନ୍ତି। ଜଣେ ପୂର୍ବ ପ୍ରଶାସନିକ ଅଧିକାରୀ, ଜଣେ ଡାକ୍ତର, ଜଣେ ଇଞ୍ଜିନିୟର, ଜଣେ ରାଜପରିବାର ବୋହୂ, ଜଣେ ସାଧାରଣ ମହିଳା ସାମିଲ ଅଛନ୍ତି।
୫ ପ୍ରତିଶତରୁ ହେଲା ୧୪ ପ୍ରତିଶତ
ଏଥରର ନିର୍ବାଚନ ୭୧୬ଜଣ ମହିଳା ନିର୍ବାଚନ ମୈଦାନରେ ଥିଲେ। ଯେଉଁଥିରୁ ୭୮ଜଣ ମହିଳା ନିର୍ବାଚନ ଜିତିଛନ୍ତି। ୨୦୧୪ରେ ୬୨ଜଣ ମହିଳା ନିର୍ବାଚନ ଜିତିଥିଲେ। ତେବେ ସଂସଦରେ ମହିଳାଙ୍କ ହାର ଲଗାତାର ବଢ଼ିବାରେ ଲାଗିଛି। ୧୯୫୧ ମସିହାରେ ୫ପ୍ରତିଶତ ମହିଳା ନିର୍ବାଚିତ ହୋଇଥିଲେ, ଏହା ୨୦୧୯ ନିର୍ବାଚନରେ ୧୪ପ୍ରତିଶତରେ ପହଞ୍ଚିଛି।
ଅନ୍ୟଦେଶରେ ମହିଳା ସାଂସଦଙ୍କ ସଂଖ୍ୟା ଅଧିକ
ଆମଦେଶରେ ମହିଳା ସାଂସଦଙ୍କ ପ୍ରତିଶତ ବଢିଛି ସତ ମାତ୍ର ଏହା ଆଜି ବି ଅନ୍ୟଦେଶ ତୂଳନାରେ ଏହା ଅନେକ କମ୍। ରାୱଣ୍ଡରେ ୬୧ ପ୍ରତିଶତ, ଦକ୍ଷିଣ ଆଫ୍ରିକାରେ ୪୩ ପ୍ରତିଶତ,ୟୁକେରେ ୩୨ପ୍ରତିଶତ, ୟୁଏସଏ ୨୪ ପ୍ରତିଶତ,ବାଙ୍ଗଲାଦେଶ ୨୧ ପ୍ରତିଶତ ମହିଳା ସାଂସଦ ଅଛନ୍ତି।

















