ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି। ଶପଥ ଗ୍ରହଣ ପରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। ଏବେ ସେହି ବିଭାଗଟିକୁ ଶକ୍ତି, ଏମେସେମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦିଆଯାଇଛି। ସମ୍ବିଧାନର ଏକ ବ୍ୟବସ୍ଥା ଅନୁସାରେ ଏହି ସଂଶୋଧନ କରା ଯାଇଥିବା ଜଣାପଡ଼ିଛି।

ସାମ୍ବିଧାନିକ ବ୍ୟବସ୍ଥା ରହିଛି ଯେ ଜଣେ କ୍ୟାବିନେଟ ମନ୍ତ୍ରୀ କଦାପି ଗୋଟିଏ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇପାରିବେ ନାହିଁ। ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଥିବାରୁ ତାଙ୍କୁ  ଗୃହ ବିଭାଗ ରାଷ୍ଟମନ୍ତ୍ରୀ ଦାୟିତ୍ଵରୁ ଅବ୍ୟାହତି ମିଳିଛି। ଏହି ଅଦଳ ବଦଳ ପରେ ଦିବ୍ୟଶଙ୍କର ମିଶ୍ର ଏଣିକି ଶକ୍ତି,ଏମଏସଏମଇ,ଶିଳ୍ପ ଓ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଭାବେ କାର୍ଯ୍ୟ କରିବେ।

Comment