ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପରେ ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତୀୟ ଟିମର ଆଜି ମ୍ୟାଚ ବିଶ୍ଵକପରେ ପ୍ରଥମ ମ୍ୟାଚ୍ ହେବ, ମାତ୍ର ଦକ୍ଷିଣ ଆଫ୍ରିକାର ଏହା ତୃତୀୟ ମ୍ୟାଚ୍ ହେବ।  ଏହି ମ୍ୟାଚ୍ ଆଜି ସାଉଥ୍‌ହମ୍ପଟନ୍‌ରେ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ଦୁଇଟି ମ୍ୟାଚରେ ଦକ୍ଷିଣଆଫ୍ରିକା ଇଂଲଣ୍ଡ ଓ ବାଂଲାଦେଶ ପାଖରୁ ପରାସ୍ତ ହୋଇଛି। ସେହି ଅନୁସାରେ ଭାରତ ପାଖରୁ ଆଜି ଦକ୍ଷିଣ ଆଫ୍ରିକାକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିପାରେ।

ଏହାସହିତ ଭାରତ ସପକ୍ଷରେ ଏହି ମ୍ୟାଚ ଯିବାର ଆଉ ଏକ କାରଣ ଏହା ବି ଯେ ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଦଳରୁ ସବୁଠୁ ଅନୁଭବୀ ବୋଲର ଡେଲ ଷ୍ଟେନ ଚୌଟିଲ୍ ପୂରା ଟୁର୍ଣ୍ଣାମେଣ୍ଟରୁ ବାହାର ଅଛନ୍ତି ତ ସେପଟେ ଟିମର ଆଉ ଏକ ଦ୍ରୁତ ବୋଲର ହୈମଷ୍ଟ୍ରିଙ୍ଗ ଆହତ କାରଣରୁ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି।

ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଆଜି ଅଷ୍ଟମ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ସାଉଥହମ୍ପଟନରେ ଅନୁଷ୍ଠିତ ହେବ।  ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୩ଟାରେ ଅନୁଷ୍ଠିତ ହେବ। ୨ଟା ୩୦ରେ ଟସ ପଡ଼ିବ। ସେହିପରି ଇଂଲଣ୍ଡ ସମୟ ଅନୁସାରେ ଏହା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ।

Comment