ଓଡ଼ିଶାଲଇଭ୍ ବ୍ୟୁରୋ

୫ଦିନ ହେବ ନିଖୋଜ ଅଛି ଏଏନ୍-୩୨ ବିମାନ। ଏହି ବିମାନ ସହ ଜଣେ ଓଡ଼ିଆ ଅଫିସର ବି ନିଖୋଜ ଅଛନ୍ତି। ତାଙ୍କ ନାଁ ହେଉଛି ସୁନିତ ମହାନ୍ତି।

ସେ ଗଞ୍ଜାମର ବଲିଆପୋଲର ବାସିନ୍ଦା ବୋଲି ଜଣାପଡ଼ିଛି। ଲେଫ୍ଟନାଣ୍ଟ ସୁନିତ ମହାନ୍ତି ଏଏନ୍-୩୨ ବିମାନରେ ଥିଲେ।

ସେପଟେ ଘଟଣାକୁ ୫ଦିନ ବିତିଥିଲେ ବି ବିମାନ କି ପାଇଲଟଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ। ଏତେ ଦିନ ବିତିଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଆଶା ଓ ଆଶଙ୍କା ଦେଖିବାକୁ ମିଳିଛି।

ନିଖୋଜ ପାଇଲଟ ଆଶିଷ କୱଂରଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଫେରାଇ ଆଣିବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି।

Comment