ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପର ସେଣ୍ଡେ’ରେ ସୁପର ଫାଇଟ୍‌। କ୍ରିକେଟ ମହାସମରରେ ରବିବାର ଭାରତ ଭେଟିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ଦିନ ୩ଟାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ମ୍ୟାଚ୍‌ ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି।

ଟସ୍‌ ସହ ମ୍ୟାଚ୍‌ ଜିତିବା ଲକ୍ଷରେ ଟିମ୍‌ ଇଣ୍ଡିଆ। ଚଳିତ ବିଶ୍ୱକପ୍‌ରେ କଙ୍ଗାରୁ ଟିମ୍‌ ୨ଟି ମ୍ୟାଚ୍‌ ଖେଳି ଦୁଇଟି ଯାକରେ ବିଜୟୀ ହୋଇଛି। ଏପଟେ ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍‌ ଖେଳିଛି। ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍‌। ତେବେ ମ୍ୟାଚ୍‌ ପୂର୍ବରୁ ଭାରତ ଟସ୍‌ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଟସ୍‌ ସହ ମ୍ୟାଚ୍‌ ହାତେଇବା ଲକ୍ଷ ନେଇ ଟିମ୍‌ ଇଣ୍ଡିଆ ଆଜି ଖେଳିବ।

Comment