ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ଆଜି ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ କଠୁଆରେ ଜଣେ ୮ ବର୍ଷର ଶିଶୁ କନ୍ୟାକୁ ଗଣ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା।

କୋର୍ଟ ଏହି ମାମଲାର ଆଜି ଶୁଣାଣି କରି ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସାଞ୍ଝି ରାମ,ଦୀପକ ଖୁଦରିଆ,ଆନନ୍ଦ ଦତ୍ତା, ତିଲକ ରାଜ, ସୁରେନ୍ଦ୍ର ଓ ପ୍ରବେଶ। ସେପଟେ ଏହି ମାମଲାରେ ବିଶାଳ ଜୋଗତ୍ରାଙ୍କୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି।

ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଗାଁ ମୁଖିଆ, ଜଣେ ପୋଲିସ ଅଧିକାରୀ, ଜଣେ ହେଡ୍ କନେଷ୍ଟବଲ ଓ ଜଣେ ଏଏସଆଇ ମଧ୍ୟ ସାମିଲ ଥିଲେ।

୧୫ ପୃଷ୍ଠା ବିଶିଷ୍ଟ ଅଭିଯୋଗ ପତ୍ର ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ରେ କଠୁଆର ଏହି ଶିଶୁକନ୍ୟାକୁ ଅପହରଣ କରାଯାଇଥିଲା। ଏହାପରେ କଠୁଆ ଜିଲ୍ଲାର ଏକ ଗାଁ ମନ୍ଦିରରେ ଅଟକ ରଖିବା ସହ ଦୁଷ୍କର୍ମ କରାଯାଇଥିଲା। ଏପରିକି ୪ଦିନ ପର୍ଯ୍ୟନ୍ତ ବେହୋସ କରି ରଖାଯାଇଥିଲା ଏହାପରେ ତାକୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here