ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପରେ ଭାରତ ଦ୍ୱିତୀୟ ମ୍ୟାଚ ଜିତିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି କି ବିଶ୍ଵକପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ଲାଗି ଭାରତୀୟ ଟିମ୍ ପୂରା ଉତ୍ସାହିତ ଥିଲେ। ଭାରତ ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ରନରେ ବିଜୟ ପରେ ୱାନଡେ ଶୃଙ୍ଖଳରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇଛି।

କୋହଲି କହିଛନ୍ତି କି ଆମକୁ କିଛି ପ୍ରୁଭ କରିବାର ଥିଲା। ଆମେ ଆଜି ଜିତିବା ପାଇଁ ପ୍ରେରଣା ପାଇଥିଲୁ ସେତେବେଳେ ଯେତେବେଳେ ଭାରତରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ସିରିଜ୍ ରେ ଆମେ ୨-୦ରେ ଆଗୁଆ ରହି ବି ସିରିଜ୍ ହାରିଯାଇଥିଲୁ।

କୋହଲି ମ୍ୟାଚ୍ ଜିତିବା ପରେ ସାମ୍ବାଦିକ ସମ୍ମିଳନୀ କରିବା ପରେ କହିଛନ୍ତି, “ମୁଁ ତିନୋଟି ବିଭାଗରେ ଏହାଠୁ ଅଧିକ ଭଲ ମ୍ୟାଚର ଆଶା କରିନଥିଲି। ଆମେ ବୋଲିଂରେ ସେହିପରି ଆରମ୍ଭ କରିଥିଲୁ ଯେମିତି ଆମେ ଚାହିଁଥିଲୁ।”

ଏହି ମ୍ୟାଚରେ ଶିଖର ଧାୱନଙ୍କ (୧୧୭)ଭଳି ବିରାଟ ସ୍କୋର ସାହାର୍ଯ୍ୟରେ ଭାରତ ୫ୱିକେଟ ହରାଇ ୩୫୨ରନ ଭଳି ବିରାଟ ସ୍କୋର କରିବାରେ ସଫଳ ହୋଇଥିଲେ। ପରେ ଅଷ୍ଟ୍ରେଲିଆକୁ ୩୧୬ରେ ଅଲଆଉଟ୍ କରିବା ସହ ୩୬ରନରେ ବିଜୟ ହାସଲ କରିଥିଲା ଭାରତ।

Comment