ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ। ସାଉଥ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁବରାଜ ଏହା ଘୋଷଣା କରିଛନ୍ତି। ପାଖାପାଖି ୧୯ ବର୍ଷ ହେଲା କ୍ରିକେଟ ସହ ସେ ଜଡ଼ିତ ଥିଲେ।

ଅବସର ପରେ ୟୁବି ତାଙ୍କ ଆଗାମୀ ଯୋଜନାରେ ବିଷୟରେ କହିଛନ୍ତି। କ୍ରିକେଟରୁ ଅବସର ନେବା ପରେ ସେ କ’ଣ କରିବେ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ଯୁବରାଜ।

ଅବସର ନେବା ପରେ ଏବେ କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସେ। କ୍ୟାନ୍ସର ପୀଡ଼ିତଙ୍କୁ ସାହାଯ୍ୟ କରିବା ସହିତ ତାଙ୍କ ଫାଉଣ୍ଡେସନ ‘ୟୁ ଉଇ କ୍ୟାନ’ ଜରିଆରେ ଦେଶବ୍ୟାପି କ୍ୟାମ୍ପ କରିବେ ଯୁବରାଜ।

ଯୁବରାଜ ନିଜେ କ୍ୟାନ୍ସର ସହ ଲଢ଼ିଛନ୍ତି। ୨୦୧୧ ବିଶ୍ୱକପ ପରେ ୟୁବିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା। କ୍ୟାନ୍ସରରୁ ଭଲ ହେବା ପରେ ସେ ନିଜେ ଏକ ଫାଉଣ୍ଡେସନ ଆରମ୍ଭ କରିଥିଲେ। ଯାହାର ନାଁ ‘ୟୁ ଉଇ କ୍ୟାନ’। ଏହି ଫାଉଣ୍ଡେସନ ଜରିଆରେ ସେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ନିଜେ କ୍ୟାନ୍ସର ସହ ଲଢ଼ି ସୁସ୍ଥ ହୋଇଥିବାରୁ ସେ ଅବସର ପରେ କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।

Comment