ଓଡ଼ିଶାଲାଇଭ ବ୍ୟୁରୋ

ରଥଯାତ୍ରାର ସିଧାପ୍ରସାରଣ ଅନୁମତି କାହାକୁ ମିଳିବ ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। କିଛି ସମୟ ପୂର୍ବରୁ ପୁରୀରେ ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଏଥିରେ ନିଷ୍ପତ୍ତି ନିଆଯିବ କି କାହାକୁ ଏଥର ରଥଯାତ୍ରା ସିଧାପ୍ରସାରଣର ଅନୁମତି ମିଳିବ। ଏହି ବୈଠକରେ ଗଜପତି ମହାରାଜା ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ପ୍ରଶାସନ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପଡ଼ିଥିବା ନିଲାମ ଆବେଦନପତ୍ରରେ ଓଟିଭି ସର୍ବାଧିକ ଅଛି। ଗତକାଲି ଟିଭି ଚ୍ୟାନେଲ ମାନଙ୍କ ପକ୍ଷରୁ ମଗାଯାଇଥିବା ବିଡିଂକୁ ଖୋଲାଯାଇଥିଲା। ଯେଉଁଥିରେ ଓଡ଼ିଆ ଓ ହିନ୍ଦି ସମେତ ମୋଟ ୭ଟି ଚ୍ୟାନେଲ ଅଂଶଗ୍ରହଣ କରିଥିଲେ।

ତେବେ କାହାକୁ ସ୍ନାନଯାତ୍ରାଠାରୁ ଆରମ୍ଭ କରି, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ନିଳାଦ୍ରୀବିଜେ ଓ ଅଧରପଣା ପର୍ଯ୍ୟନ୍ତ ଅନୁମତି ମିଳିବ ସେ ନେଇ ଆଜି ନିଷ୍ପତ୍ତି ଗ୍ରହଣ କରିପାରେ ଶ୍ରୀମନ୍ଦିର ପ୍ରଶାସନ।

ସେପଟେ ଟିଭିରେ ରଥଯାତ୍ରାର ଲାଇଭ୍ ଟେଲିକାଷ୍ଟ ପାଇଁ ବିଡିଂ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ମଧ୍ୟ ରୁଜୁ କରାଯାଇଛି।

Comment