ଓଡ଼ିଶାଲାଇଭ୍ ବ୍ୟୁରୋ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ.. ଆଜିଠୁ ଆରମ୍ଭ ରଜ। ୪ ଦିନ ଧରି ଚାଲିବ ଏହି ଉତ୍ସବ। ଏନେଇ ଚଳଚଞ୍ଚଳ ଗାଁଠାରୁ ସହର ପର୍ଯ୍ୟନ୍ତ। ରଜକୁ ନେଇ ଭୁବନେଶ୍ୱରସ୍ଥିତ ପାନ୍ଥ ନିବାସରେ ବି ପ୍ରସ୍ତୁତି ଜୋରସୋର। ପାନ୍ଥ ନିବାସରେ ରଜଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ପିଠା ଓ ରଜ ପାନର ଆସର ପଡ଼ିଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ସହଯୋଗରେ ରଜ ଉତ୍ସବ ଗୁରୁବାର ଉଦଘାଟିତ ହୋଇଥିଲା। ଚଳିତବର୍ଷ ପାନ୍ଥ ନିବାସରେ ଜନଜାତି ଅଞ୍ଚଳର ମହୁଲ ଓ ମାଣ୍ଡିଆ ପିଠା ଓ ସମ୍ବଲପୁରର ଖୁଦମଣ୍ଡା, କଦମ୍ବା ଆଦି ବିଭିନ୍ନ ପ୍ରକାରର ପିଠାର ଆସର ଜମୁଛି। ରାଜ୍ୟର ବିଭିନ୍ନ ପାନ୍ଥନିବାସରେ ଉତ୍ସବ ପାଳିତ ହୋଇଛି।

ପାନ୍ଥ ନିବାସରେ ରଜପାନ, ପେଡ଼ା ପିଠା, ଚକୁଳି ପିଠା, ଆରିସା ପିଠା, କାକରା ପିଠା, ଛେନା ପୋଡ଼, ମଣ୍ଡା ପିଠା ଉପଲବ୍ଧ ହୋଇଛି।

Comment