ଓଡ଼ିଶାଲାଇଭ ବ୍ୟୁରୋ

କୋର୍ଟ ବର୍ଜନ କଲେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ। ଆଜି ଓଡ଼ିଶା ହାଇକୋର୍ଟର ଆଇନଜୀବୀମାନେ ମୁଖ୍ୟ ବିଚାରପତି ଏବଂ ଅନ୍ୟ ଦୁଇ ବିଚାରପତିଙ୍କ କୋର୍ଟ ବର୍ଜନ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ଏବଂ ଯେଉଁମାନେ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସ କରୁଛନ୍ତି ସେମାନଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ ଦାବି କରିଛିା

ନିକଟରେ କଲେଜିୟମ ବ୍ୟବସ୍ଥାରେ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେମାନେ ହାଇକୋର୍ଟ ବାରରେ ନିୟମିତ ପ୍ରାକ୍ଟିସ କରୁ ନଥିଲେ। ଏଣୁ ସେମାନଙ୍କୁ କଲେଜିୟମ ବ୍ୟବସ୍ଥାରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିବାରୁ ହାଇକୋର୍ଟ ବାର୍ ବିରୋଧ କରିଥିଲା। ହାଇକୋର୍ଟ ବାର୍ ଆସୋସିଏସନର ଆଜି ସାଧାରଣ ପରିଷଦ ବୈଠକ ବସିଥିଲା। ଏହି ବୈଠକାରେ ୨୬ ତାରିଖ ଯାଏଁ କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଥିଲା।

କଲେଜିୟମ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ହାଇକୋର୍ଟରେ ମୋଟି ୨୭ଟି ବିଚାରପତିଙ୍କ ମଧ୍ୟରୁ ୧୪ ଜଣ ଅଛନ୍ତି। ୧୩ ବିଚାରପତି ପଦବୀ ଖାଲି ପଡ଼ିଛି। ଫଳରେ ୧ ଲକ୍ଷ ୭୦ ହଜାର ମାମଲା ଫଇସଲା ନହୋଇ ପଡ଼ି ରହିଛି।

Comment