ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଃ, ତାତିରୁ ମିଳିଲା ଆଶ୍ୱସ୍ତି। ସୋମବାର ରାଜ୍ୟରେ ତାତିର ପ୍ରଭାବ କମିଛି। ପ୍ରାକ୍‌ ମୌସୁମୀ ପାଇଁ ରାଜ୍ୟର କେତେକ ସ୍ଥାନରେ ପାଗ କୋହଲା ରହିଛି। ଯାହା ଫଳରେ କି ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ସୋମବାର ଉତ୍ତପ୍ତ ସହର ଭାବେ ସୁନ୍ଦରଗଡ଼ରେ ସର୍ବାଧିକ ୩୯ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

ଦୁଇ ଦିନ ତଳେ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ଲୋକେ ଗରମରେ ଛଟପଟ ହେଉଥିବା ବେଳେ ଆଜି ତାପମାତ୍ରାରେ ହ୍ରାସ ଦେଖା ଦେଇଛି। ସୁନ୍ଦରଗଡ଼ ତଳକୁ ଆଜି ଫୁଲବାଣୀ ଓ ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ, ସମ୍ବଲପୁରରେ ୩୬.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୪ ଡିଗ୍ରୀ, ବଲାଙ୍ଗିର ଓ ହୀରାକୁଦରେ ୩୫.୩ ଡିଗ୍ରୀ, ଏବଂ ମାଲକାନଗିରିରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହେଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ସୋମବାର ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୩୬ ଡିଗ୍ରୀ ସେଲସିୟସ୍‌ ରହିଛି।

Comment