ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ନିଦ ନ ହେବା ଲୋକମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ଅଧିକ ଦେଖାଦିଏ। ଠିକ୍ ଭାବେ ନିଦ ନ ହେବା ଯୋଗୁଁ ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି।

-ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁଁ ହରମୋନ ପରିବର୍ତ୍ତନ ହେବା ଏକ ମୁଖ୍ୟ କାରଣ। ଏହି ସମସ୍ୟା ହେଲେ ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ, ଏସିଡିଟି ହୁଏ, ପେଟ ମଧ୍ୟ ଦରଜ ହୋଇଥାଏ। ଏହାଛଡ଼ା ଦିନସାରା କୌଣସି କାମ କରିବାକୁ ଆଗ୍ରହ ହୋଇ ନଥାଏ।

-ଏପରି ସ୍ଥଳେ ତୁରନ୍ତ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ। ନିୟମିତ ଭାବେ ବ୍ୟାୟାମ କଲେ ସୁଫଳ ମିଳିଥାଏ।

-ଏହାଛଡ଼ା ଯୋଗ ବା ପ୍ରାଣାୟମ କଲେ ମଧ୍ୟ ଶରୀରରେ ହରମୋନ୍ ସନ୍ତୁଳିତ ହୋଇ ରହେ।

-ସକାଳେ ୨୦ ମିନିଟ୍ ଚାଲନ୍ତୁ। ଅତ୍ୟଧିକ ଚା’ ବା କଫି ପିଅନ୍ତୁ ନାହିଁ।

-ଦିନରେ ଅଧିକ ଶୁଅନ୍ତୁ ନାହିଁ। ଶୋଇବା ପୂର୍ବରୁ ୫ ମିନିଟ୍ ଧରି ପ୍ରାଣାୟମ କରନ୍ତୁ।

Comment