ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି। ଅନେକ ଲୋକ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି। ଏହାଦ୍ୱାରା କେବେକେବେ ଲୋକଙ୍କ ଜୀବନ ବି ଚାଲିଯାଉଛି। ତେବେ ଉଚ୍ଚ ରକ୍ତଚାପର ଚିକିତ୍ସା ଠିକ୍ ସମୟରେ ନକଲେ ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ତଥା ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏହିସବୁ ଖାଦ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ଦୂର କରିଥାଏ।

ଉଚ୍ଚ ରକ୍ତଚାପ ଦୂର କରିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ। ବିଶେଷକରି ବନ୍ଧାକୋବି, ପାଳଙ୍ଗ ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଖୁବ୍ ସହାୟତା କରିଥାଏ। ପୋଟାସିୟମରେ ଭରପୂର ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମିଥାଏ। ଯାହାଫଳରେ ରକ୍ତଚାପ ନିୟନ୍ତ୍ରିତ ହୁଏ।

ସର ରହିତ କ୍ଷୀର ବା ଫ୍ୟାଟ୍ ଫ୍ରି କ୍ଷୀର ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉପଯୋଗୀ। ଏହାଦ୍ୱାରା ଶରୀରକୁ ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ମିଳିଥାଏ। ବିଷେଷଜ୍ଞମାନଙ୍କ ଅନୁସାରେ ଏହି ଦୁଇଟି ଜିନିଷ ମିଶି ରକ୍ତଚାପକୁ ୨୦ ପ୍ରତିଶତ କମ୍ କରିଥାଏ।

ଡାଳିମ୍ବ ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏକ ଆବଶ୍ୟକୀୟ ଖାଦ୍ୟ। ପ୍ରତିଦିନ ଏକ ଗ୍ଲାସ ଡାଳିମ୍ବ ଜୁସ୍ ପିଇଲେ ରକ୍ତଚାପ କମିଥାଏ।

ସେହିପରି କଦଳୀ ହେଉଛି ପୋଟାସିୟମର ଏକ ମୁଖ୍ୟ ସ୍ରୋତ। ପୋଟାସିୟମ୍ ରକ୍ତଚାପକୁ କମାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାଏ। ତେବେ ଏହାକୁ କ୍ଷୀର ବା ଅଣ୍ଡା ସହ ଖାଇଲେ ଅଧିକ ଫାଇଦା ମିଳିଥାଏ।

Comment