ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ  ଯାତ୍ରୀବାହୀ ବସ୍‌ ଓ  ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି।

ବସ୍‌ଟି ବୋରିଗୁମ୍ମା ଅଭିମୁଖେ ଆସୁଥିବା ବେଳେ ଅଟୋଟି ମଧ୍ୟ ବୋରିଗୁମ୍ମା ଆଡୁ ଆସୁଥିଲା।

ବସଟି  ଅଟୋକୁ ଓଭରଟେକ କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସଟି ଉମରକୋଟରୁ-ପାରଳାଖେମୁଣ୍ଡି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତକଙ୍କ ପରିଚୟ ମିଳିନାହିଁ।

Comment