ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କମିଟି ଅଧ୍ୟକ୍ଷ ମୋହସିନ୍ ଖାନ୍ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ମୋହସିନ୍ ନିଜ ଇସ୍ତଫା ପତ୍ର ପିସିବି ଚେୟାରମ୍ୟାନ୍ ଏହସାନ ମନୀଙ୍କୁ ପଠାଇଛନ୍ତି। ମୋହସିନ୍ ଖାନ୍ ହେଉଛନ୍ତି ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର। ତେବେ ତାଙ୍କ ଇସ୍ତଫା ପରେ ବୋର୍ଡ ୱାସିମ୍ ଖାନ୍ଙ୍କୁ ପିସିବି କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।
ଇସ୍ତଫା ଦେବାପରେ ମୋହସିନ୍ କହିଛନ୍ତି, “ମୋତେ ସୁଯୋଗ ଦେଇଥିବାରୁ ମୁଁ ପିସିବି ଅଧ୍ୟକ୍ଷ ନ୍ ମନୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସର୍ବଦା ପାକିସ୍ତାନ କ୍ରିକେଟର ଉନ୍ନତି ଚାହିଁଆସିଛି।”

ଅନ୍ୟପକ୍ଷରେ ପିସିସବି ଅଧ୍ୟକ୍ଷ ଏହସାନ୍ ମନୀ କହିଛନ୍ତି, “ମୋହସିନ୍ ଜଣେ କ୍ଷମତାଶାଳୀ ବ୍ୟକ୍ତି। ଆମେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ପାକିସ୍ତାନ ଟିମ୍ ପ୍ରତି ତାଙ୍କର ଯୋଗଦାନ ଅତୁଳନୀୟ ରହିଛି।”
ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନର ଲଜ୍ୟାଜନକ ହାର ପରେ ଚାରିଆଡ଼େ ସମାଲୋଚନାର ଶିକାର ହେଉଛନ୍ତି ଖେଳାଳି, କୋଚ ଏବଂ କାର୍ଯ୍ୟକର୍ତ୍ତା। ତେବେ ଏଥିରେ ସୁଧାର ଆଣିବା ପାଇଁ ଗତ ୩ ବର୍ଷର ଖେଳାଳି ଏବଂ ଷ୍ଟାଫ୍ଙ୍କ ପ୍ରଦର୍ଶନ ସମୀକ୍ଷା କରିବ ପାକିସ୍ତାନ କ୍ରିକେଟ ବୋର୍ଡ। ଏନେଇ ବୁଧବାର ପିସିବି ପକ୍ଷରୁ କୁହାଯାଇଥିଲା।

















