ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ଡି ପୁରନ୍ଦେଶ୍ଵରୀଙ୍କ ସ୍ଥାନରେ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ(ସଂଗଠନ) ଦାୟିତ୍ଵରେ ଥିଲେ ସୁନୀଲ ବଂଶଲ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୁନୀଲ ବଂଶଲଙ୍କୁ ନିଯୁକ୍ତ କରିଛନ୍ତି। ସୁନୀଲ ବଂଶଲ ଓଡ଼ିଶା, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ପ୍ରଭାରୀ ଭାବେ ଦାୟିତ୍ଵ ତୁଲାଇବେ। ୨୦୨୦ ନଭେମ୍ବରରୁ ଡି ପୁରନ୍ଦେଶ୍ଵରୀ ଓଡ଼ିଶା ବିଜେପି ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ତେଲେଙ୍ଗାନାର ବିଜେପି ପ୍ରଭାରୀ ଥିଲେ ତରୁଣ ଚୁଗ ଓ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ ଥିଲେ କୈଳାଶ ବିଜୟଭାର୍ଗ୍ୟ। ଏବେ ଏମାନଙ୍କ ବଦଳରେ ସୁନୀଲ ବଂଶଲ ଦାୟିତ୍ଵ ତୁଲାଇବେ। 

ସୁନୀଲ ବଂଶଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଥିବାବେଳେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୭୩ ଆସନ ହାସଲ ହେବାରେ ବଂଶଲଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। ୧୪ ବର୍ଷ ପରେ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବାକୁ ସକ୍ଷମ ହୋଇଥଲା। ଏହାର ଶ୍ରେୟ ମଧ୍ୟ ବିଜେପି ବଂଶଲଙ୍କୁ ଦେଇଥିବା କୁହାଯାଉଛି।

Tags: #Politics #BJP #Odisha #SunilBansal

Comment