ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲ ତ୍ୱଚା ପାଇଁ ଖୁବ୍ ଉପକାରୀ। ଏହା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ। ଏହା ମୃତ ତ୍ୱଚାକୁ ବାହାର କରି ତ୍ୱଚାର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ।

-ଏହି ତେଲ ବ୍ୟବହାର କଲେ କୌଣସି ପାଶ୍ୱର୍ପ୍ରତିକ୍ରିୟା ହୋଇ ନଥାଏ। ଏହାକୁ ଚର୍ମ ରୋଗ, ଡର୍ମିଟାଇଟିସ୍, ଏକଜିମା ଓ ସ୍କିନ୍ ବର୍ଣ୍ଣରେ ବ୍ୟବହାର କରାଯାଏ।

-ସେହିଭଳି ତ୍ୱଚାରେ ହୋଇଥିବା ଦାଗ, ଚିହ୍ନକୁ ଦୂର କରିବା ସହ ଓଠ ଫାଟିବାରୁ ମୁକ୍ତି ଦେଇଥାଏ।

-କେଶରେ ନଡ଼ିଆ ତେଲର ବ୍ୟବହାର ବହୁ ପ୍ରାଚୀନ। ନଡ଼ିଆ ତେଲକୁ ମାଲିସ କରିବା ଦ୍ୱାରା କେଶ ଦୀର୍ଘ, ଘନ ଏବଂ କଳା ହୋଇଥାଏ। ଏହାଛଡ଼ା ମୁଣ୍ଡରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।

-ନଡ଼ିଆ ତେଲକୁ ପାଟିରେ ପ୍ରାୟ ୨୦ ମିନିଟ୍ ରଖି ଛେପ ପକାଇଲେ ମୁହଁର କୀଟାଣୁ ଏବଂ ଦାନ୍ତ ସମସ୍ୟା ଦୂର ହୋଇଥାଏ। ଦାନ୍ତକୁ ସୁସ୍ଥ ରଖିବା ଲାଗି ସପ୍ତାହରେ ୩ଥର ଏପରି କରନ୍ତୁ।

-ଗଣ୍ଠି ଦରଜ ଏବଂ ପିତ୍ତ ବୃଦ୍ଧି ହେଲେ ନଡ଼ିଆ ତେଲକୁ ବ୍ୟବହାର କରିବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଥାଏ। ଏହା ହାଡ଼ରେ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଅବଶୋଷିତ କରିବାର କ୍ଷମତାକୁ ସୁଧାରିଥାଏ।

-ନଡ଼ିଆ ତେଲର ବ୍ୟବହାର ଯୋଗୁଁ ଓଜନ କମ୍ ହୋଇଥାଏ। ରୋଷେଇ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ।

Comment