ଓଡ଼ିଶାଲାଇଭ ବ୍ୟୁରୋ

ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ସୋମବାରଠାରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ।

ଜୁଲାଇ ୮ ତାରିଖ ଦିନ ୧୧ଟା ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଜୁଲାଇ ୧୮ ତାରିଖରେ ପ୍ରଥମ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ୍‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ଦ୍ୱିତୀୟ କଟ୍‌ଅଫ୍‌ ମାର୍କ ଅଗଷ୍ଟ ୫ ତାରିଖରେ ବାହାରିବ। ପରେ ବଳକା ସିଟ ପାଇଁ ନାମଲେଖା ପାଇଁ ବ୍ୟବସ୍ଥା କରାଯିବ।

ଅଗଷ୍ଟ ୨୪ତାରିଖରୁ ପାଠପଢ଼ା ଆରମ୍ଭ ହେବ।

Comment