ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ
  • ସେପ୍ଟେମ୍ବର ୨୨ରେ ବାହାରିବ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା
  • ସେପ୍ଟେମ୍ବର ୨୩ ତାରିଖରୁ ୨୬ ଯାଏଁ ନାମଲେଖା

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା। ଯୁକ୍ତ ୩ରେ ଖାଲିଥିବା ସିଟରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସୋମବାରଠାରୁ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତ ୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ସରିବାପରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଛାତ୍ରଛାତ୍ରୀମାନେ ଆବେଦନ ଫର୍ମ ସଂଶୋଧନ କରିବାକୁ ସୁଯୋଗ ପାଇବେ। ସେପ୍ଟେମ୍ବର ୨୨ ତାରିଖରେ ଛାତ୍ରଛାତ୍ରୀଙ୍କ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ।

ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ଆଡମିସନ ଫି’ ଦାଖଲ କରିବେ। ୨୩ ତାରିଖରୁ ୨୬ ତାରିଖ ଯାଏଁ ନାମଲେଖା ଚାଲିବ।

ସେହିପରି ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକାରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ପୁଣିଥରେ କମନ ଆପ୍ଲିକେସନ ଫର୍ମ ଦାଖଲ କରିବେ। ଏହାପରେ ସେମାନେ ଅକ୍ଟୋବର ୫ ତାରିଖରେ ଚୟନ ହୋଇଥିବା କଲେଜରେ ନାମ ଲେଖାଇ ପାରିବେ।

Tags: #Plus3Admission #UGCourse #HigherEducation #Students #Odisha

Comment