ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ରାୟଗଡ଼ା ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ସାମ୍ନା ପଟୁ ଆସୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପତ୍ୟକ୍ଷଦର୍ଶୀଙ୍କ ମୁତାବିକ, ଏହି ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାରେ ୨ଜଣ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରାଯାଇଛି। କର୍ତ୍ତବ୍ୟ ଅବହେଳା ଯୋଗୁଁ ସିଙ୍ଗାପୁର ରୋଡ ଏବଂ କେଉଟଗୁଡ଼ା ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରିଦିଆଯାଇଛି।

ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛି।

ଏହି ଦୁର୍ଘଟଣାରେ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେଲୱେ ପକ୍ଷରୁ କୁହାଯାଇଛି। ବିଶାଖାପାଟନ୍‌ମର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଆସୁଥିବାର ସୂଚନା ଦେଇଛି ରେଲୱେ।

Comment