ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟ କଭରେଜ ବୃଦ୍ଧି କରିଛନ୍ତି। ଏହି ସ୍ୱାସ୍ଥ୍ୟ ବୀମା ୭ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ହେବ।

ରାଜ୍ୟପାଳ ଗଣେଶୀ ଲାଲ ଆଜି ଷୋଡ଼ଶ ବିଧାନସଭା ଅଧିବେଶନରେ ଅଭିଭାଷଣ କରି କହିଥିଲେ। ସେ କହିଥିଲେ, ‘‘ମହିଳାମାନେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ଲାଗି ୭ ଲକ୍ଷ ଜାଗାରେ ୧୦ ଲକ୍ଷ ପ୍ରାପ୍ତ କରିବେ।’’

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭରେଜ ଏବଂ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭରେଜ ଦିଆଯିବ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖଟି ହେଉଛି ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଯିଏ ଯେଉଁ ସରକାରୀ ହସ୍ପିଟାଲକୁ ଯିବ ତାକୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ବିନା ଅର୍ଥରେ ଯୋଗାଇଦିଆଯିବ। ତା’ ଛଡ଼ା ପ୍ରତ୍ୟେକ ଗର୍ଭବତୀ ମହିଳା ଓ ଶିଶୁକୁ ହସ୍ପିଟାଲ ନେବା ଆଣିବା ବାବଦକୁ ଅଟୋ ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ।

୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ।

Comment