ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)-ନବୀନ କାର୍ଡର ପଞ୍ଜୀକରଣ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଲୋକମାନେ ଜାନୁଆରି ୨୬ ତାରିଖ ଯାଏଁ ଏହି କାର୍ଡ ପାଇଁ ଆବେଦନ କରିପାରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ବିଏସକେୱାଇ-ନବୀନ କାର୍ଡ ପାଇଁ ଜାନୁଆରି ୬ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଜାନୁଆରି ୧୬ ମଙ୍ଗଳବାର ଯାଏଁ ପଞ୍ଜୀକରଣ ହେବା ନେଇ ଧାର୍ଯ୍ୟ କରାଯାଇଥିଲା। ତେବେ କାର୍ଡ ଲାଗି ଲୋକମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦେଖି ପଞ୍ଜୀକରଣ ଅବଧିକୁ ଆଉ ୧୦ ଦିନ ବଢ଼ାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ଯାଏଁ ଯୋଡ଼ି ହୋଇ ନଥିବା ଲୋକେ ଏହି ବିଏସକେୱାଇ-ନବୀନ କାର୍ଡ ମାଧ୍ୟମରେ ଯୋଜନାରେ ଉପକୃତ ହୋଇପାରିବେ। ଏଥିରେ ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ବିଏସକେୱାଇ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ବିଭିନ୍ନ ଗୁରୁତର ରୋଗଗୁଡ଼ିକ ଲାଗି ମାଗଣାରେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି।

ଓଡ଼ିଶା ସରକାର ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏଥିରେ ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାର ଯୋଡ଼ି ହୋଇଛନ୍ତି। ଏଥିରେ ପରିବାରର ପ୍ରତି ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସହାୟତା ମିଳୁଛି।  

Tags: #BijuSwasthyaKalyanYojana #NaveenCard #FreeHealthcare #Odisha

Comment