ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଲଙ୍କାର ସେମିଫାଇନାଲ ରାସ୍ତାରେ ପୂର୍ଣ୍ଣଚ୍ଛେଦ ଟାଣିଲା ଦକ୍ଷିଣ ଆଫ୍ରିକା। ଆଇସିସି ବିଶ୍ୱକପ୍ ମହାସମରରେ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ଶ୍ରୀଲଙ୍କା। ଚେଷ୍ଟର ଲି ଷ୍ଟ୍ରିଟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ୨୦୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୨୦୪ ରନ୍‌କୁ ଟାର୍ଗେଟ୍‌ କରି ଦକ୍ଷିଣ ଆଫ୍ରିକା  ମାତ୍ର ଗୋଟିଏ ୱିକେଟ୍‌ ବ୍ୟୟରେ ଏହି ବିଜୟ ଲାଭ କରିଛି।

ଆଜି ମ୍ୟାଚ୍‌ ଆମ୍ଭରୁ ଶ୍ରୀଲଙ୍କା ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା। ପ୍ରଥମ ବଲ୍‌ରେ  ଲଙ୍କା ଦଳର ଅଧିନାୟକ କରୁଣାରତ୍ନେ ଖାତା ଖୋଲି ନପାରି ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ତାଙ୍କ ପଛକୁ ଟିମ୍‌ର ଅନ୍ୟ ସବୁ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିନପାରି ଆଉଟ୍‌ ହୋଇଥିଲେ। ବହୁ କଷ୍ଟରେ ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା।

ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ହୋଇଥିଲା। ଅଧିନାୟକ ଫ୍ଲାପ୍‌ ଡ୍ୟୁପ୍ଲେସିସ୍‌(୯୬) ଏବଂ ହଶୀମ ଆମ୍ଲା(୮୦)ଙ୍କ ଜବରଦସ୍ତ ପାର୍ଟନରସିପ ନ୍ୟୁଜିଲାଣ୍ଡଙ୍କୁ ଏହି ବିଜୟ ଦେଇଛି। ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ୱିକେଟ୍‌ ବ୍ୟୟ କରି ଏହି ବିରାଟ ବିଜୟ ଲାଭ କରିଛି।

ଏଥିସହିତ ଶ୍ରୀଲଙ୍କାର ସେମିଫାଇନାଲକୁ ଯିବା ଆଶା ଧୂଳିସାତ୍ ହୋଇଛି। ସେପଟେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ୍‌ରେ ନିଜ ସମ୍ମାନ ରକ୍ଷା କରିଛି ଦକ୍ଷିଣ ଆଫ୍ରିକା।

Comment